1 ULB ତୁମ୍ଭମାନଙ୍କ ମଧ୍ୟରୁ କାହାରି ଅନ୍ୟ ଜଣକ ବିରୁଦ୍ଧରେ କଥା ଥିଲେ ସେ କି ବିଚାର ନିମନ୍ତେ ସାଧୁମାନଙ୍କ ନିକଟକୁ ନ ଯାଇ ଅଧାର୍ମିକମାନଙ୍କ ନିକଟକୁ ଯିବା ପାଇଁ ସାହସ କରେ? BSB BSB: If any of you has a grievance against another, how dare he go to law before the unrighteous instead of before the saints!
2 ULB ଅବା ସାଧୁମାନେ ଯେ ଜଗତର ବିଚାର କରିବେ, ଏକଥା କି ତୁମ୍ଭେମାନେ ଜାଣ ନାହିଁ? ଆଉ ଯଦି ଜଗତ ତୁମ୍ଭମାନଙ୍କ ଦ୍ୱାରା ବିଚାରିତ ହୁଏ, ତେବେ ତୁମ୍ଭେମାନେ କି ସାମାନ୍ୟ ସାମାନ୍ୟ ବିଷୟ ବିଚାର କରିବାକୁ ଅଯୋଗ୍ୟ? BSB BSB: Do you not know that the saints will judge the world? And if you are to judge the world, are you not competent to judge trivial cases?
3 ULB ଆମ୍ଭେମାନେ ଯେ ଦୂତମାନଙ୍କର ବିଚାର କରିବା, ଏହା କି ତୁମ୍ଭେମାନେ ଜାଣ ନାହିଁ? BSB BSB: Do you not know that we will judge angels? How much more the things of this life!
4 ULB ତେବେ ଐହିକ ଜୀବନର କଥା ବା କ'ଣ? ଅତଏବ, ଯଦି ବିଚାର ନିମନ୍ତେ ତୁମ୍ଭମାନଙ୍କର ଐହିକ ଜୀବନ ସମ୍ବନ୍ଧୀୟ କୌଣସି ବିଷୟ ଥାଏ, ତେବେ ମଣ୍ଡଳୀରେ ଯେଉଁମାନେ ନଗଣ୍ୟ, ସେମାନଙ୍କୁ କ'ଣ ବିଚାର କରିବା ନିମନ୍ତେ ନିଯୁକ୍ତ କର? BSB BSB: So if you need to settle everyday matters, do you appoint as judges those of no standing in the church?
5 ULB ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ପାଇଁ ଏହା କହୁଅଛି। ଭାଇ ଭାଇ ମଧ୍ୟରେ ମୀମାଂସା କରିବାକୁ ସମର୍ଥ, ଏପରି କ'ଣ ଜଣେ ବୋଲି ଜ୍ଞାନୀ ଲୋକ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ନାହିଁ? BSB BSB: I say this to your shame. Is there really no one among you wise enough to arbitrate between his brothers?
6 ULB ମାତ୍ର ଜଣେ ବିଶ୍ବାସୀ ଅନ୍ୟ ବିଶ୍ବାସୀ ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରେ, ତାହା ପୁଣି, ଅବିଶ୍ୱାସୀମାନଙ୍କ ନିକଟରେ! BSB BSB: Instead, one brother goes to law against another, and this in front of unbelievers!
7 ULB ତୁମ୍ଭେମାନେ ଯେ ପରସ୍ପର ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରୁଅଛ, ସେଥିରେ ତୁମ୍ଭେମାନେ ନିତାନ୍ତ ଦୋଷୀ। ବରଂ କାହିଁକି ଅନ୍ୟାୟ ସହୁ ନାହଁ? ବରଂ କାହିଁକି କ୍ଷତି ଅଙ୍ଗୀକାର କରୁ ନାହଁ? BSB BSB: The very fact that you have lawsuits among you means that you are thoroughly defeated already. Why not rather be wronged? Why not rather be cheated?
8 ULB କିନ୍ତୁ ତୁମ୍ଭେମାନେ ନିଜେ ନିଜେ ଅନ୍ୟାୟ ଓ କ୍ଷତି କରୁଅଛ, ପୁଣି, ତାହା ଭାଇମାନଙ୍କ ପ୍ରତି କରୁଅଛ। BSB BSB: Instead, you yourselves cheat and do wrong, even against your own brothers!
9 ULB ଅବା, ଅଧାର୍ମିକମାନେ ଯେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ, ଏହା କି ତୁମ୍ଭେମାନେ ଜାଣ ନାହିଁ? ଭ୍ରାନ୍ତ ହୁଅ ନାହିଁ, ବ୍ୟଭିଚାରୀ କି ପ୍ରତିମାପୂଜକ କି ପାରଦାରିକ କି ସ୍ତ୍ରୀବତ୍ ଆଚାରୀ BSB BSB: Do you not know that the wicked will not inherit the kingdom of God? Do not be deceived: Neither the sexually immoral, nor idolaters, nor adulterers, nor men who submit to or perform homosexual acts,
10 ULB କି ପୁଂମୈଥୁନକାରୀ କି ଚୋର କି ଧନଲୋଭୀ କି ମତୁଆଳ କି ନିନ୍ଦକ କି ପରଦ୍ରବ୍ୟ ଲୁଣ୍ଠନକାରୀ, ଏମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। BSB BSB: nor thieves, nor the greedy, nor drunkards, nor verbal abusers, nor swindlers, will inherit the kingdom of God.
11 ULB ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଏହି ପ୍ରକାର ଥିଲ; କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧୌତ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ। BSB BSB: And that is what some of you were. But you were washed, you were sanctified, you were justified, in the name of the Lord Jesus Christ and by the Spirit of our God.
12 ULB ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ। ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ମୁଁ କୌଣସି ବିଷୟର ବଶୀଭୂତ ହେବି ନାହିଁ। BSB BSB: “Everything is permissible for me,” but not everything is beneficial. “Everything is permissible for me,” but I will not be mastered by anything.
13 ULB ଖାଦ୍ୟ ଉଦର ନିମନ୍ତେ, ପୁଣି, ଉଦର ଖାଦ୍ୟ ନିମନ୍ତେ; କିନ୍ତୁ ଈଶ୍ୱର ଉଭୟକୁ ଲୋପ କରିବେ। ଶରୀର ବ୍ୟଭିଚାର ନିମନ୍ତେ ନୁହେଁ, କିନ୍ତୁ ପ୍ରଭୁଙ୍କ ନିମନ୍ତେ, ଆଉ ପ୍ରଭୁ ଶରୀର ନିମନ୍ତେ; BSB BSB: “Food for the stomach and the stomach for food,” but God will destroy them both. The body is not intended for sexual immorality, but for the Lord, and the Lord for the body.
14 ULB ଈଶ୍ୱର ପ୍ରଭୁଙ୍କୁ ଉଠାଇଲେ, ପୁଣି, ଆପଣା ଶକ୍ତି ଦ୍ୱାରା ଆମ୍ଭମାନଙ୍କୁ ମଧ୍ୟ ଉଠାଇବେ। BSB BSB: By His power God raised the Lord from the dead, and He will raise us also.
15 ULB ତୁମ୍ଭମାନଙ୍କ ଶରୀର ଯେ ଖ୍ରୀଷ୍ଟଙ୍କ ଅଙ୍ଗ ସ୍ୱରୂପ, ଏହା କି ଜାଣ ନାହିଁ? ତେବେ ମୁଁ କଅଣ ଖ୍ରୀଷ୍ଟଙ୍କ ଅଙ୍ଗ ଘେନିଯାଇ ବେଶ୍ୟାର ଅଙ୍ଗ କରିବି? ତାହା କେବେ ହେଁ ନ ହେଉ। BSB BSB: Do you not know that your bodies are members of Christ? Shall I then take the members of Christ and unite them with a prostitute? Never!
16 ULB କିମ୍ବା ଯେ ବେଶ୍ୟା ସହିତ ସଂଯୁକ୍ତ ହୁଏ, ସେ ତାହା ସହିତ ଏକ ଶରୀର ହୁଏ, ଏହା କି ତୁମ୍ଭେମାନେ ଜାଣ ନାହିଁ? କାରଣ ଉକ୍ତ ଅଛି, "ସେ ଦୁହେଁ ଏକାଙ୍ଗ ହେବେ"। BSB BSB: Or don’t you know that he who unites himself with a prostitute is one with her in body? For it is said, “The two will become one flesh.”
17 ULB କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ। BSB BSB: But he who unites himself with the Lord is one with Him in spirit.
18 ULB ବ୍ୟଭିଚାରଠାରୁ ପଳାୟନ କର। ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ, ତାହା ଶରୀରର ବହିର୍ଭୂତ; କିନ୍ତୁ ଯେ ବ୍ୟଭିଚାର କରେ, ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ। BSB BSB: Flee from sexual immorality. Every other sin a man can commit is outside his body, but he who sins sexually sins against his own body.
20 ULB କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ; ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ୱରଙ୍କ ଗୌରବ ପ୍ରକାଶ କର। BSB BSB: you were bought at a price. Therefore glorify God with your body.
Select verses for actions: Enter goes to them and Escape comes back.