1 ULB ଏହେତୁ ଦାଉଦ ସେଠାରୁ ପ୍ରସ୍ଥାନ କରି ଅଦୁଲ୍ଲମ ଗୁମ୍ଫାକୁ ପଳାଇଲେ, ପୁଣି, ତାଙ୍କର ଭ୍ରାତୃଗଣ ଓ ତାଙ୍କର ପିତୃଗୃହସ୍ଥ ସମସ୍ତେ ତାହା ଶୁଣନ୍ତେ, ସେମାନେ ସେଠାକୁ ତାଙ୍କ କତିକି ଗଲେ। BSB BSB: So David left Gath and took refuge in the cave of Adullam. When his brothers and the rest of his father’s household heard about it, they went down to him there.
2 ULB ଆଉ ପ୍ରତ୍ୟେକ କ୍ଳିଷ୍ଟ ଓ ପ୍ରତ୍ୟେକ ଋଣଗ୍ରସ୍ତ ଓ ପ୍ରତ୍ୟେକ ତିକ୍ତମନା ଲୋକ ତାଙ୍କ ନିକଟରେ ଏକତ୍ର ହେଲେ; ତହିଁରେ ସେ ସେମାନଙ୍କର ସେନାପତି ହେଲେ; ଏହିରୂପେ ଊଣାଧିକ ଚାରି ଶହ ଲୋକ ତାଙ୍କର ସଙ୍ଗୀ ହେଲେ। BSB BSB: And all who were distressed or indebted or discontented rallied around him, and he became their leader. About four hundred men were with him.
3 ULB ଏଥିଉତ୍ତାରେ ଦାଉଦ ସେଠାରୁ ମୋୟାବ ଦେଶସ୍ଥ ମିସ୍ପେକୁ ଗଲେ; ପୁଣି, ସେ ମୋୟାବର ରାଜାକୁ କହିଲେ, ମୁଁ ବିନୟ କରୁଅଛି, ପରମେଶ୍ୱର ମୋ’ ପ୍ରତି କଅଣ କରିବେ, ତାହା ମୁଁ ଜାଣିବା ପର୍ଯ୍ୟନ୍ତ ମୋର ପିତାମାତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ଆସି ରହିବାକୁ ଦିଅ। BSB BSB: From there David went to Mizpeh of Moab, where he said to the king of Moab, “Please let my father and mother stay with you until I learn what God will do for me.”
4 ULB ତହୁଁ ସେ ସେମାନଙ୍କୁ ମୋୟାବ-ରାଜାର ସାକ୍ଷାତକୁ ଆଣିଲେ ତହିଁରେ ଦାଉଦ ଦୁର୍ଗମ ସ୍ଥାନରେ ରହିବା ସମୟଯାକ ସେମାନେ ସେହି ରାଜା ସହିତ ବାସ କଲେ। BSB BSB: So he left them in the care of the king of Moab, and they stayed with him the whole time David was in the stronghold.
5 ULB ଏଥି ମଧ୍ୟରେ ଭବିଷ୍ୟଦ୍ବକ୍ତା ଗାଦ୍ ଦାଉଦଙ୍କୁ କହିଲା, ଏହି ଦୁର୍ଗମ ସ୍ଥାନରେ ନ ରୁହ; ପ୍ରସ୍ଥାନ କରି ଯିହୁଦା ଦେଶକୁ ଯାଅ। ତେବେ ଦାଉଦ ପ୍ରସ୍ଥାନ କରି ହେରତ୍ ବଣରେ ଉପସ୍ଥିତ ହେଲେ। BSB BSB: Then the prophet Gad said to David, “Do not stay in the stronghold. Depart and go into the land of Judah.” So David left and went to the forest of Hereth.
6 ULB ଏଥିଉତ୍ତାରେ ଶାଉଲ ଶୁଣିଲେ ଯେ, ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନଙ୍କର ସନ୍ଧାନ ମିଳିଅଛି; ଏହି ସମୟରେ ଶାଉଲ ନିଜ ହସ୍ତରେ ବର୍ଚ୍ଛା ଧରି ଗିବୀୟାସ୍ଥିତ ରାମାରେ ଝାଉଁଗଛ ତଳେ ବସିଥିଲେ ଓ ତାଙ୍କର ଚାରିଆଡ଼େ ତାଙ୍କର ଦାସ ସମସ୍ତେ ଠିଆ ହୋଇଥିଲେ। BSB BSB: Soon Saul learned that David and his men had been discovered. At that time Saul was sitting under the tamarisk tree on the hill at Gibeah, with his spear in hand and all his servants standing around him.
7 ULB ତହିଁରେ ଶାଉଲ ଚାରିଆଡ଼େ ଠିଆ ହୋଇଥିବା ଆପଣା ଦାସମାନଙ୍କୁ କହିଲେ, ହେ ବିନ୍ୟାମୀନୀୟ ଲୋକମାନେ, ଶୁଣ; ଯିଶୀର ପୁତ୍ର କ’ଣ ତୁମ୍ଭମାନଙ୍କ ପ୍ରତିଜଣକୁ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦେବ, ସେ କ’ଣ ତୁମ୍ଭ ସମସ୍ତଙ୍କୁ ସହସ୍ରପତି ଓ ଶତପତି କରିବ, BSB BSB: Then Saul said to his servants, “Listen, men of Benjamin! Is the son of Jesse giving all of you fields and vineyards and making you commanders of thousands or hundreds?
8 ULB ଏଥିପାଇଁ କ’ଣ ତୁମ୍ଭେ ସମସ୍ତେ ମୋହର ବିରୁଦ୍ଧରେ କୁମନ୍ତ୍ରଣା କରୁଅଛ? ଆଉ, ମୋହର ପୁତ୍ର ଯିଶୀର ପୁତ୍ର ସଙ୍ଗେ ନିୟମ କଲା ବେଳେ କେହି ମୋହର କର୍ଣ୍ଣଗୋଚର କଲ ନାହିଁ ଓ ତୁମ୍ଭମାନଙ୍କର କେହି ମୋ’ ପାଇଁ ଚିନ୍ତିତ ହେଲ ନାହିଁ, କିଅବା ଆଜିର ପରି ମୋହର ପ୍ରତିକୂଳରେ ଛକି ବସି ଆକ୍ରମଣ କରିବା ପାଇଁ ମୋର ପୁତ୍ର ଯେ ମୋର ଦାସକୁ ମତାଇ ଅଛି, ଏହା କେହି ମୋର କର୍ଣ୍ଣଗୋଚର କଲ ନାହିଁ? BSB BSB: Is that why all of you have conspired against me? Not one of you told me that my own son had made a covenant with the son of Jesse. Not one of you has shown concern for me or revealed to me that my son has stirred up my own servant to lie in wait against me, as is the case today.”
9 ULB ତେବେ ଶାଉଲଙ୍କର ଦାସମାନଙ୍କ ନିକଟରେ ଠିଆ ହୋଇଥିବା ଇଦୋମୀୟ ଦୋୟେଗ୍ ଉତ୍ତର ଦେଇ କହିଲା, ମୁଁ ଯିଶୀର ପୁତ୍ରକୁ ନୋବରେ ଅହୀଟୂବର ପୁତ୍ର ଅହୀମେଲକ୍ ନିକଟକୁ ଯିବାର ଦେଖିଥିଲି। BSB BSB: But Doeg the Edomite, who had stationed himself with Saul’s servants, answered: “I saw the son of Jesse come to Ahimelech son of Ahitub at Nob.
10 ULB ପୁଣି, ଅହୀମେଲକ୍ ତାହା ପାଇଁ ସଦାପ୍ରଭୁଙ୍କ ନିକଟରେ ପଚାରିଲା ଓ ତାହାକୁ ଖାଦ୍ୟଦ୍ରବ୍ୟ ଓ ପଲେଷ୍ଟୀୟ ଗଲୀୟାତର ଖଡ୍ଗ ଦେଲା। BSB BSB: Ahimelech inquired of the LORD for him and gave him provisions. He also gave him the sword of Goliath the Philistine.”
11 ULB ତହୁଁ ରାଜା ଅହୀଟୂବର ପୁତ୍ର ଅହୀମେଲକ୍ ଯାଜକକୁ ଓ ନୋବ ନିବାସୀ ତାହାର ପିତୃବଂଶୀୟ ସମସ୍ତ ଯାଜକଙ୍କୁ ଡାକିବା ପାଇଁ ଲୋକ ପଠାଇଲେ; ତହିଁରେ ସେ ସମସ୍ତେ ରାଜାଙ୍କ ନିକଟକୁ ଆସିଲେ। BSB BSB: Then the king sent messengers to summon Ahimelech the priest, the son of Ahitub, and his father’s whole family, who were priests at Nob. And all of them came to the king.
12 ULB ଏଥିରେ ଶାଉଲ କହିଲେ, ହେ ଅହୀଟୂବର ପୁତ୍ର, ତୁମ୍ଭେ ଶୁଣ। ସେ ଉତ୍ତର କଲା, ହେ ମୋହର ପ୍ରଭୁ, ମୁଁ ଏଠାରେ ଅଛି। BSB BSB: “Listen now, son of Ahitub,” said Saul. “Here I am, my lord,” he replied.
13 ULB ପୁଣି, ଶାଉଲ ତାହାକୁ କହିଲେ, ତୁମ୍ଭେ ଓ ଯିଶୀର ପୁତ୍ର କାହିଁକି ମୋ’ ବିରୁଦ୍ଧରେ କୁମନ୍ତ୍ରଣା କରିଅଛ? ଆଜିର ପରି ଯିଶୀର ପୁତ୍ର ମୋ’ ବିରୁଦ୍ଧରେ ଉଠି ଛକି ବସିବା ପାଇଁ ତୁମ୍ଭେ ତ ତାହାକୁ ରୁଟି ଓ ଖଡ୍ଗ ଦେଇଅଛ ଓ ପରମେଶ୍ୱରଙ୍କ ନିକଟରେ ତାହା ପାଇଁ ପଚାରିଅଛ। BSB BSB: And Saul asked him, “Why have you and the son of Jesse conspired against me? You gave him bread and a sword and inquired of God for him so that he could rise up against me to lie in wait, as he is doing today.”
14 ULB ଏଥିରେ ଅହୀମେଲକ୍ ରାଜାଙ୍କୁ ଉତ୍ତର ଦେଇ କହିଲା, ଆପଣଙ୍କ ସମସ୍ତ ଦାସ ମଧ୍ୟରେ ଦାଉଦ ପରି କିଏ ବିଶ୍ୱସ୍ତ? ସେ ତ ମହାରାଜାଙ୍କର ଜୁଆଁଇ ଓ ଆପଣଙ୍କର ସଭାସଦ୍ ଓ ଆପଣଙ୍କ ଗୃହରେ ସମ୍ଭ୍ରାନ୍ତ। BSB BSB: Ahimelech answered the king, “Who among all your servants is as faithful as David, the king’s son-in-law, the captain of your bodyguard and honored in your house?
15 ULB ମୁଁ କ’ଣ ପରମେଶ୍ୱରଙ୍କ ନିକଟରେ ତାହା ଲାଗି ପଚାରିବାକୁ ଆଜି ଆରମ୍ଭ କଲି? ତାହା ମୋ’ଠୁ ଦୂର ହେଉ; ମହାରାଜ ଆପଣାର ଏହି ଦାସକୁ ବା ମୋହର ସମସ୍ତ ପିତୃଗୃହକୁ କୌଣସି ଦୋଷ ନ ଦେଉନ୍ତୁ; କାରଣ ଆପଣଙ୍କ ଦାସ ଏସବୁ ବିଷୟରେ ଅଳ୍ପ କି ବହୁତ କିଛି ଜାଣେ ନାହିଁ। BSB BSB: Was that day the first time I inquired of God for him? Far be it from me! Let not the king accuse your servant or any of my father’s household, for your servant knew nothing of this whole affair—not in part or in whole.”
16 ULB ଏଥିରେ ରାଜା କହିଲେ, ହେ ଅହୀମେଲକ୍, ତୁମ୍ଭେ ଓ ତୁମ୍ଭ ପିତୃଗୃହ ସମସ୍ତେ ନିଶ୍ଚୟ ମରିବ। BSB BSB: But the king replied, “You will surely die, Ahimelech, you and all your father’s house!”
17 ULB ତହୁଁ ରାଜା ଆପଣା ଚତୁର୍ଦ୍ଦିଗରେ ଠିଆ ହୋଇଥିବା ଧାଉଡ଼ିଆମାନଙ୍କୁ କହିଲେ, ତୁମ୍ଭେମାନେ ଫେରି ସଦାପ୍ରଭୁଙ୍କ ଯାଜକମାନଙ୍କୁ ବଧ କର; କାରଣ ଦାଉଦ ପକ୍ଷରେ ସେମାନଙ୍କର ମଧ୍ୟ ହସ୍ତ ଅଛି, ଆଉ ସେମାନେ ଦାଉଦର ପଳାଇବା କଥା ଜାଣିଲେ ହେଁ ତାହା ମୋହର କର୍ଣ୍ଣଗୋଚର କଲେ ନାହିଁ। ମାତ୍ର ରାଜାଙ୍କର ଦାସମାନେ ସଦାପ୍ରଭୁଙ୍କ ଯାଜକମାନଙ୍କୁ ଆକ୍ରମଣ କରିବା ପାଇଁ ହସ୍ତ ବଢ଼ାଇବାକୁ ଅସମ୍ମତ ହେଲେ। BSB BSB: Then the king ordered the guards at his side, “Turn and kill the priests of the LORD, because they too sided with David. For they knew he was fleeing, but they did not tell me.” But the king’s servants would not lift a hand to strike the priests of the LORD.
18 ULB ଏଣୁ ରାଜା ଦୋୟେଗ୍କୁ କହିଲେ, ତୁମ୍ଭେ ଫେରି ଏହି ଯାଜକମାନଙ୍କୁ ଆକ୍ରମଣ କର। ତହିଁରେ ଇଦୋମୀୟ ଦୋୟେଗ୍ ଫେରି ଯାଜକମାନଙ୍କୁ ଆକ୍ରମଣ କଲା ଓ ସେହିଦିନ ସେ ଶୁକ୍ଳ ଏଫୋଦ-ପରିଧାନକାରୀ ପଞ୍ଚାଶୀ ଜଣଙ୍କୁ ବଧ କଲା। BSB BSB: So the king ordered Doeg, “You turn and strike down the priests!” And Doeg the Edomite turned and struck down the priests himself. On that day he killed eighty-five men who wore the linen ephod.
19 ULB ପୁଣି, ସେ ଯାଜକମାନଙ୍କର ନୋବ ନଗରକୁ ଖଡ୍ଗଧାରରେ ଆଘାତ କଲା; ସେ ଖଡ୍ଗଧାରରେ ପୁରୁଷ ଓ ସ୍ତ୍ରୀ, ବାଳକ ଓ ସ୍ତନ୍ୟପାୟୀ ଶିଶୁ ଉଭୟଙ୍କୁ, ପୁଣି, ଗୋରୁ ଓ ଗର୍ଦ୍ଦଭ ଓ ମେଷାଦିକୁ ଆଘାତ କଲା। BSB BSB: He also put to the sword Nob, the city of the priests, with its men and women, children and infants, oxen, donkeys, and sheep.
21 ULB ପୁଣି, ଅବୀୟାଥର ଦାଉଦଙ୍କୁ ଜଣାଇଲା ଯେ, ଶାଉଲ ସଦାପ୍ରଭୁଙ୍କ ଯାଜକମାନଙ୍କୁ ବଧ କରିଅଛି। BSB BSB: And Abiathar told David that Saul had killed the priests of the LORD.
22 ULB ତହୁଁ ଦାଉଦ ଅବୀୟାଥରକୁ କହିଲେ, ଇଦୋମୀୟ ଦୋୟେଗ୍ ସେଠାରେ ଥିବା ବେଳେ ମୁଁ ସେହିଦିନ ଜାଣିଲି ଯେ, ସେ ନିଶ୍ଚୟ ଶାଉଲଙ୍କୁ ଜଣାଇବ; ମୁଁ ତୁମ୍ଭ ପିତୃଗୃହସ୍ଥ ସମସ୍ତ ପ୍ରାଣୀଙ୍କର ମୃତ୍ୟୁୁ ଘଟାଇଅଛି। BSB BSB: Then David said to Abiathar, “I knew that Doeg the Edomite was there that day, and that he was sure to tell Saul. I myself am responsible for the lives of everyone in your father’s house.
23 ULB ତୁମ୍ଭେ ମୋ’ ସଙ୍ଗେ ରୁହ, ଭୟ ନ କର; କାରଣ ଯେ ମୋର ପ୍ରାଣ ଚାହେଁ, ସେ ତୁମ୍ଭ ପ୍ରାଣ ଚାହେଁ; ମାତ୍ର ମୋ’ ସଙ୍ଗେ ତୁମ୍ଭେ ସୁରକ୍ଷିତ ହେବ। BSB BSB: Stay with me; do not be afraid, for he who seeks your life is seeking mine as well. You will be safe with me.”
Select verses for actions: Enter goes to them and Escape comes back.