1 ULB ଏଥିଉତ୍ତାରେ ଶାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଦୀର୍ଘ କାଳ ଯୁଦ୍ଧ ହେଲା; ପୁଣି ଦାଉଦ ଧୀରେ ଧୀରେ ବଳବାନ ହେଲେ, ମାତ୍ର ଶାଉଲ ବଂଶ ଧୀରେ ଧୀରେ କ୍ଷୀଣ ହେଲେ। BSB BSB: Now the war between the house of Saul and the house of David was protracted. And David grew stronger and stronger, while the house of Saul grew weaker and weaker.
2 ULB ପୁଣି ହିବ୍ରୋଣରେ ଦାଉଦଙ୍କର କେତେକ ପୁତ୍ର ଜାତ ହେଲେ; ତାଙ୍କର ପ୍ରଥମଜାତ ଅମ୍ନୋନ, ସେ ଯିଷ୍ରିୟେଲୀୟା ଅହୀନୋୟମଠାରୁ ଜାତ; BSB BSB: And sons were born to David in Hebron: His firstborn was Amnon, by Ahinoam of Jezreel;
3 ULB ପୁଣି ଦ୍ୱିତୀୟ ପୁତ୍ର କିଲାବ୍, ସେ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲଠାରୁ ଜାତ, ପୁଣି ତୃତୀୟ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର। BSB BSB: his second was Chileab, by Abigail the widow of Nabal of Carmel; his third was Absalom, the son of Maacah daughter of King Talmai of Geshur;
4 ULB ପୁଣି ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର; ପୁଣି ପଞ୍ଚମ ଶଫଟୀୟ, ସେ ଅବିଟଲର ପୁତ୍ର। BSB BSB: his fourth was Adonijah, the son of Haggith; his fifth was Shephatiah, the son of Abital;
5 ULB ଷଷ୍ଠ ଯିତ୍ରୀୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାର ପୁତ୍ର; ହିବ୍ରୋଣରେ ଦାଉଦଙ୍କର ଏହିସବୁ ପୁତ୍ର ଜାତ ହେଲେ। BSB BSB: and his sixth was Ithream, by David’s wife Eglah. These sons were born to David in Hebron.
6 ULB ଶାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ଅବ୍ନର ଶାଉଲ ବଂଶ ମଧ୍ୟରେ ଆପଣାକୁ ବଳବାନ କଲା। BSB BSB: During the war between the house of Saul and the house of David, Abner had continued to strengthen his position in the house of Saul.
7 ULB ମାତ୍ର ଶାଉଲଙ୍କର ଏକ ଉପପତ୍ନୀ ଥିଲା, ତାହାର ନାମ ରିସ୍ପା, ସେ ଅୟାର କନ୍ୟା; ପୁଣି ଈଶ୍ବୋଶତ ଅବ୍ନରକୁ କହିଲା, “ତୁମ୍ଭେ କାହିଁକି ମୋହର ପିତାଙ୍କ ଉପପତ୍ନୀ ସହିତ ସହବାସ କଲ?” BSB BSB: Now Saul had a concubine named Rizpah, the daughter of Aiah. So Ish-bosheth questioned Abner, “Why did you sleep with my father’s concubine?”
8 ULB ତେବେ ଅବ୍ନର ଈଶ୍ବୋଶତର କଥା ସକାଶୁ ଅତି କ୍ରୋଧ କରି କହିଲା, “ମୁଁ କି ଯିହୁଦାର କୁକ୍କୁର ମୁଣ୍ଡ? ମୁଁ ଆଜି ତୁମ୍ଭ ପିତା ଶାଉଲ ବଂଶକୁ ଓ ତାଙ୍କର ଭାଇ ଓ ବନ୍ଧୁମାନଙ୍କୁ ଦୟା କରୁଅଛି, ମଧ୍ୟ ତୁମ୍ଭକୁ ଦାଉଦ ହସ୍ତରେ ସମର୍ପଣ କରି ନାହିଁ, ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷୟରେ ମୋ’ ଉପରେ ଆରୋପ କରୁଅଛ? BSB BSB: Abner was furious over Ish-bosheth’s accusation. “Am I the head of a dog that belongs to Judah?” he asked. “All this time I have been loyal to the house of your father Saul, to his brothers, and to his friends. I have not delivered you into the hand of David, but now you accuse me of wrongdoing with this woman!
9 ULB ଶାଉଲ ବଂଶରୁ ରାଜ୍ୟ ଅନ୍ତର କରିବାକୁ ଓ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦା ଉପରେ ଦାଉଦଙ୍କର ସିଂହାସନ ସ୍ଥାପନ କରିବାକୁ, BSB BSB: May God punish Abner, and ever so severely, if I do not do for David what the LORD has sworn to him:
10 ULB ସଦାପ୍ରଭୁ ଦାଉଦଙ୍କ ବିଷୟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ଯଦି ମୁଁ ତାଙ୍କ ପ୍ରତି ନ କରେ, ତେବେ ପରମେଶ୍ୱର ଅବ୍ନରକୁ ସେହି ଦଣ୍ଡ ଓ ତହିଁରୁ ଅଧିକ ଦିଅନ୍ତୁ।” BSB BSB: to transfer the kingdom from the house of Saul and to establish the throne of David over Israel and Judah, from Dan to Beersheba.”
11 ULB ତହିଁରେ ସେ ଅବ୍ନରକୁ ଗୋଟିଏ କଥା ଉତ୍ତର ଦେଇ ପାରିଲା ନାହିଁ, କାରଣ ସେ ତାହାକୁ ଭୟ କଲା। BSB BSB: And for fear of Abner, Ish-bosheth did not dare to say another word to him.
12 ULB ଏଉତ୍ତାରେ ଅବ୍ନର ଆପଣା ପକ୍ଷରୁ ଦାଉଦଙ୍କ ନିକଟକୁ ବାର୍ତ୍ତାବହ ପଠାଇ କହିଲା, “ଏ ଦେଶ କାହାର? ଆହୁରି କହିଲା, ‘ଆପଣ ମୋ’ ସଙ୍ଗରେ ନିୟମ କରନ୍ତୁ, ତହିଁରେ ଦେଖନ୍ତୁ, ସମସ୍ତ ଇସ୍ରାଏଲକୁ ଆପଣଙ୍କ ନିକଟକୁ ଆଣିବା ପାଇଁ ମୋ’ ହସ୍ତ ଆପଣଙ୍କର ସହାୟ ହେବ।’” BSB BSB: Then Abner sent messengers on his behalf to say to David, “To whom does the land belong? Make your covenant with me, and surely my hand will be with you to bring all Israel over to you.”
13 ULB ଏଥିରେ ଦାଉଦ କହିଲେ, “ଭଲ; ମୁଁ ତୁମ୍ଭ ସଙ୍ଗରେ ନିୟମ କରିବି; ମାତ୍ର ମୁଁ ତୁମ୍ଭଠାରୁ ଗୋଟିଏ କଥା ଚାହେଁ, ତାହା ଏହି, ତୁମ୍ଭେ ମୋ’ ମୁଖ ଦେଖିବାକୁ ଆସିବା ବେଳେ ପ୍ରଥମେ ଶାଉଲଙ୍କର କନ୍ୟା ମୀଖଲକୁ ନ ଆଣିଲେ ମୋ’ ମୁଖ ଦେଖି ପାରିବ ନାହିଁ।” BSB BSB: “Good,” replied David, “I will make a covenant with you. But there is one thing I require of you: Do not appear before me unless you bring Saul’s daughter Michal when you come to see me.”
14 ULB ତହୁଁ ଦାଉଦ ଶାଉଲଙ୍କର ପୁତ୍ର ଈଶ୍ବୋଶତ ନିକଟକୁ ବାର୍ତ୍ତାବହମାନଙ୍କୁ ପଠାଇ କହିଲେ, “ମୁଁ ପଲେଷ୍ଟୀୟମାନଙ୍କର ଏକ ଶହ ସୁନ୍ନତ ଚର୍ମ ଦେଇ ଯାହାକୁ ବିବାହ କରିଅଛି, ମୋହର ଭାର୍ଯ୍ୟା ସେହି ମୀଖଲକୁ ମୋତେ ଦିଅ।” BSB BSB: Then David sent messengers to say to Ish-bosheth son of Saul, “Give me back my wife, Michal, whom I betrothed to myself for a hundred Philistine foreskins.”
15 ULB ତହିଁରେ ଈଶ୍ବୋଶତ ଲୋକ ପଠାଇ ଲୟିଶର ପୁତ୍ର ପଲ୍ଟୀୟେଲ ନାମକ ତାହାର ସ୍ୱାମୀ ନିକଟରୁ ମୀଖଲକୁ ନେଲା। BSB BSB: So Ish-bosheth sent and took Michal from her husband Paltiel son of Laish.
16 ULB ଏଣୁ ତାହାର ସ୍ୱାମୀ ରୋଦନ କରି କରି ତାହା ସଙ୍ଗେ ଆସି ବହୁରୀମ ନଗର ପର୍ଯ୍ୟନ୍ତ ତାହା ପଛେ ପଛେ ଗଲା। ଏଥିରେ ଅବ୍ନର ତାହାକୁ କହିଲା, “ଯାଅ ଗୃହକୁ ଫେରି ଯାଅ,” ତହୁଁ ସେ ଫେରି ଗଲା। BSB BSB: Her husband followed her, weeping all the way to Bahurim. Then Abner said to him, “Go back.” So he returned home.
17 ULB ଏଥିଉତ୍ତାରେ ଅବ୍ନର ଇସ୍ରାଏଲର ପ୍ରାଚୀନବର୍ଗ ସହିତ ଏରୂପ କଥାବାର୍ତ୍ତା କଲା, “ପୂର୍ବରେ ତୁମ୍ଭେମାନେ ଆପଣାମାନଙ୍କ ଉପରେ ରାଜା ହେବା ପାଇଁ ଦାଉଦଙ୍କୁ ଚାହିଁ ଥିଲ; BSB BSB: Now Abner conferred with the elders of Israel and said, “In the past you sought David as your king.
18 ULB ଏବେ ତାହା କର; କାରଣ ସଦାପ୍ରଭୁ ଦାଉଦଙ୍କ ବିଷୟରେ କହିଅଛନ୍ତି, ଆମ୍ଭେ ଆପଣା ଦାସ ଦାଉଦର ହସ୍ତ ଦ୍ୱାରା ଆପଣା ଇସ୍ରାଏଲ ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ଓ ସେମାନଙ୍କ ସମସ୍ତ ଶତ୍ରୁ ହସ୍ତରୁ ଉଦ୍ଧାର କରିବା।” BSB BSB: Now take action, because the LORD has said to David, ‘Through My servant David I will save My people Israel from the hands of the Philistines and of all their enemies.’”
19 ULB ଆଉ ଅବ୍ନର ବିନ୍ୟାମୀନ୍ର କର୍ଣ୍ଣଗୋଚରରେ ମଧ୍ୟ ସେହି କଥା କହିଲା; ପୁଣି ଇସ୍ରାଏଲ ଓ ବିନ୍ୟାମୀନ୍ର ସମସ୍ତ ବଂଶ ଦୃଷ୍ଟିରେ ଯାହା ଭଲ ଦେଖାଗଲା, ଅବ୍ନର ସେହି ସମସ୍ତ କଥା ଦାଉଦଙ୍କର କର୍ଣ୍ଣଗୋଚରରେ ମଧ୍ୟ କହିବା ପାଇଁ ହିବ୍ରୋଣକୁ ଯାତ୍ରା କଲା। BSB BSB: Abner also spoke to the Benjamites. Then he went to Hebron to tell David all that seemed good to Israel and to the whole house of Benjamin.
20 ULB ଏରୂପେ ଅବ୍ନର ଆପଣା ସଙ୍ଗରେ କୋଡ଼ିଏ ଜଣକୁ ନେଇ ହିବ୍ରୋଣରେ ଦାଉଦଙ୍କ ନିକଟରେ ଉପସ୍ଥିତ ହେଲା। ତହିଁରେ ଦାଉଦ ଅବ୍ନର ଓ ତାହାର ସଙ୍ଗୀ ଲୋକମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲେ। BSB BSB: When Abner and twenty of his men came to David at Hebron, David held a feast for them.
21 ULB ଏଉତ୍ତାରେ ଅବ୍ନର ଦାଉଦଙ୍କୁ କହିଲା, “ମୁଁ ଉଠିଯାଇ ସମସ୍ତ ଇସ୍ରାଏଲକୁ ମୋହର ପ୍ରଭୁ ମହାରାଜଙ୍କ ନିକଟରେ ସଂଗ୍ରହ କରିବି; ତହିଁରେ ସେମାନେ ଆପଣଙ୍କ ସହିତ ନିୟମ କରିବେ ଓ ଆପଣ ସମସ୍ତଙ୍କ ଉପରେ ନିଜ ପ୍ରାଣର ଇଚ୍ଛାମତେ ରାଜତ୍ୱ କରିବେ।” ତହୁଁ ଦାଉଦ ଅବ୍ନରକୁ ବିଦାୟ କରନ୍ତେ, ସେ କୁଶଳରେ ପ୍ରସ୍ଥାନ କଲା। BSB BSB: Then Abner said to David, “Let me go at once, and I will gather all Israel to my lord the king, that they may make a covenant with you, and that you may rule over all that your heart desires.” So David dismissed Abner, and he went in peace.
22 ULB ଏଉତ୍ତାରେ, ଦାଉଦଙ୍କର ସୈନ୍ୟଦଳ ଓ ଯୋୟାବ ପ୍ରଚୁର ଲୁଟିତ ଦ୍ରବ୍ୟ ସଙ୍ଗରେ ନେଇ ଆସିଲେ; ମାତ୍ର ଅବ୍ନର ହିବ୍ରୋଣରେ ଦାଉଦଙ୍କ ସଙ୍ଗରେ ନ ଥିଲା, କାରଣ ଦାଉଦ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଥିଲା। BSB BSB: Just then David’s soldiers and Joab returned from a raid, bringing with them a great plunder. But Abner was not with David in Hebron, because David had sent him on his way in peace.
23 ULB ଯୋୟାବ ଓ ତାହାର ସଙ୍ଗୀ ସୈନ୍ୟଦଳ ଉପସ୍ଥିତ ହୁଅନ୍ତେ, ଲୋକମାନେ ଯୋୟାବକୁ କହିଲେ, “ନେର୍ର ପୁତ୍ର ଅବ୍ନର ରାଜାଙ୍କ ନିକଟକୁ ଆସିଥିଲା ଓ ସେ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଅଛି।” BSB BSB: When Joab and all his troops arrived, he was informed, “Abner son of Ner came to see the king, who sent him on his way in peace.”
24 ULB ଏଥିରେ ଯୋୟାବ ରାଜାଙ୍କ ନିକଟକୁ ଆସି କହିଲା, “ଆପଣ କଅଣ କଲେ? ଦେଖନ୍ତୁ, ଅବ୍ନର ଆପଣଙ୍କ ନିକଟକୁ ଆସିଥିଲା, ଆପଣ କାହିଁକି ତାହାକୁ ବିଦାୟ କରି ଦେଲେ, ସେ ତ ଗଲାଣି? BSB BSB: So Joab went to the king and said, “What have you done? Look, Abner came to you. Why did you dismiss him? Now he is getting away!
25 ULB ଆପଣ କ’ଣ ଜାଣନ୍ତି ନାହିଁ, ନେର୍ର ପୁତ୍ର ଅବ୍ନର ଆପଣଙ୍କୁ ଭୁଲାଇବାକୁ ଓ ଆପଣଙ୍କ ଗମନାଗମନ ଜାଣିବାକୁ ଓ ଆପଣ ଯାହା ଯାହା କରନ୍ତି, ସେହିସବୁ ଜାଣିବାକୁ ଆସିଥିଲା?” BSB BSB: Surely you realize that Abner son of Ner came to deceive you and to track your movements and all that you are doing.”
26 ULB ଏଉତ୍ତାରେ ଯୋୟାବ ଦାଉଦଙ୍କ ନିକଟରୁ ବାହାରି ଆସି ଅବ୍ନରର ପଛରେ ବାର୍ତ୍ତାବହ ପଠାନ୍ତେ, ସେମାନେ ସିରା କୂପ ନିକଟରୁ ତାହାକୁ ଫେରାଇ ଆଣିଲେ; ମାତ୍ର ଦାଉଦ ଏହା ଜାଣିଲେ ନାହିଁ। BSB BSB: As soon as Joab had left David, he sent messengers after Abner, who brought him back from the well of Sirah. But David was unaware of it.
27 ULB ପୁଣି ଅବ୍ନର ହିବ୍ରୋଣକୁ ଫେରି ଆସନ୍ତେ, ଯୋୟାବ ତାହା ସଙ୍ଗରେ ନିରୋଳାରେ ଆଳାପ କରିବା ପାଇଁ ତାହାକୁ ନଗରର ଦ୍ୱାର ଭିତରକୁ ନେଇଗଲା, ମାତ୍ର ଆପଣା ଭାଇ ଅସାହେଲର ରକ୍ତପାତ ସକାଶୁ ତାହାର ପେଟରେ ଆଘାତ କରନ୍ତେ, ସେ ମଲା। BSB BSB: When Abner returned to Hebron, Joab pulled him aside into the gateway, as if to speak to him privately, and there Joab stabbed him in the stomach. So Abner died on account of the blood of Joab’s brother Asahel.
28 ULB ଏଥିଉତ୍ତାରେ ଦାଉଦ ତାହା ଶୁଣି କହିଲେ, “ନେର୍ର ପୁତ୍ର ଅବ୍ନରର ରକ୍ତପାତ ବିଷୟରେ ମୁଁ ଓ ମୋହର ରାଜ୍ୟ ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତ କାଳ ନିର୍ଦ୍ଦୋଷ; BSB BSB: Afterward, David heard about this and said, “I and my kingdom are forever guiltless before the LORD concerning the blood of Abner son of Ner.
29 ULB ତାହା ଯୋୟାବର ମସ୍ତକରେ ଓ ତାହାର ପିତୃବଂଶ ସମସ୍ତଙ୍କ ଉପରେ ବର୍ତ୍ତୁ ଓ ଯୋୟାବ-ବଂଶରେ ପ୍ରମେହୀ କି କୁଷ୍ଠୀ କି ଯଷ୍ଟିରେ ନିର୍ଭରଶୀଳ କି ଖଡ୍ଗହତ କି ଭକ୍ଷ୍ୟହୀନ ଲୋକର ଅଭାବ ନ ହେଉ।” BSB BSB: May it whirl over the head of Joab and over the entire house of his father, and may the house of Joab never be without one having a discharge or skin disease, or one who leans on a staff or falls by the sword or lacks food.”
30 ULB ଏହିରୂପେ ଯୋୟାବ ଓ ତାହାର ଭାଇ ଅବୀଶୟ, ଅବ୍ନରକୁ ବଧ କଲେ; ଯେହେତୁ ସେ ଗିବୀୟୋନ୍ରେ ଯୁଦ୍ଧ ସମୟରେ ସେମାନଙ୍କ ଭାଇ ଅସାହେଲକୁ ମାରିଥିଲା। BSB BSB: (Joab and his brother Abishai murdered Abner because he had killed their brother Asahel in the battle at Gibeon.)
31 ULB ଏଥିଉତ୍ତାରେ ଦାଉଦ ଯୋୟାବକୁ ଓ ତାହାର ସଙ୍ଗୀ ଲୋକ ସମସ୍ତଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଆପଣା ବସ୍ତ୍ର ଚିରି ଅଖା ପିନ୍ଧ ଓ ଅବ୍ନରର ଆଗେ ଆଗେ ଶୋକ କରି ଚାଲ।” ପୁଣି ଦାଉଦ ରାଜା ଶବଶଯ୍ୟାର ପଛେ ପଛେ ଚାଲିଲେ। BSB BSB: Then David ordered Joab and all the people with him, “Tear your clothes, put on sackcloth, and mourn before Abner.” And King David himself walked behind the funeral bier.
32 ULB ଆଉ ସେମାନେ ହିବ୍ରୋଣରେ ଅବ୍ନରକୁ କବର ଦେଲେ ଓ ରାଜା ରବ ଉଠାଇ ଅବ୍ନର-କବର ନିକଟରେ ରୋଦନ କଲେ ଓ ସମସ୍ତ ଲୋକ ମଧ୍ୟ ରୋଦନ କଲେ। BSB BSB: When they buried Abner in Hebron, the king wept aloud at Abner’s tomb, and all the people wept.
33 ULB ପୁଣି ରାଜା ଅବ୍ନର ପାଇଁ ବିଳାପ କରି କହିଲେ,” ଯେପରି ମୂଢ଼ ମରେ, ସେପରି କି ଅବ୍ନରକୁ ମରିବାକୁ ହେଲା? BSB BSB: And the king sang this lament for Abner: “Should Abner die the death of a fool?
34 ULB ତୁମ୍ଭ ହାତ ବନ୍ଧା ନ ଥିଲା, କି ବେଡ଼ିରେ ତୁମ୍ଭ ପାଦ ବନ୍ଧା ନ ଥିଲା; ଯେପରି ମନୁଷ୍ୟ ଅଧର୍ମୀ-ସନ୍ତାନମାନଙ୍କ ଆଗରେ ପଡ଼େ, ସେପରି ତୁମ୍ଭେ ପଡ଼ିଲ।” ଏଥିରେ ସମସ୍ତ ଲୋକ ପୁନର୍ବାର ତାହା ପାଇଁ ରୋଦନ କଲେ। BSB BSB: Your hands were not bound, your feet were not fettered. As a man falls before the wicked, so also you fell.” And all the people wept over him even more.
35 ULB ଏଉତ୍ତାରେ ଦିନ ଥାଉ ଥାଉ ଦାଉଦଙ୍କୁ ଭୋଜନ କରାଇବା ନିମନ୍ତେ ସମସ୍ତ ଲୋକ ଆସିଲେ; ମାତ୍ର ଦାଉଦ ଶପଥ କରି କହିଲେ, “ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଯେବେ ମୁଁ ରୁଟି କି ଆଉ କିଛି ସ୍ପର୍ଶ କରେ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ ଓ ତହିଁରୁ ଅଧିକ ଦିଅନ୍ତୁ।” BSB BSB: Then all the people came and urged David to eat something while it was still day, but David took an oath, saying, “May God punish me, and ever so severely, if I taste bread or anything else before the sun sets!”
36 ULB ତହିଁରେ ସମସ୍ତ ଲୋକ ବୁଝିଲେ ଓ ତାହା ସେମାନଙ୍କ ଦୃଷ୍ଟିରେ ଭଲ ଦେଖାଗଲା; ରାଜା ମଧ୍ୟ ଯାହା ଯାହା କଲେ, ତାହାସବୁ ସମସ୍ତ ଲୋକଙ୍କ ଦୃଷ୍ଟିରେ ଭଲ ଥିଲା। BSB BSB: All the people took note and were pleased. In fact, everything the king did pleased them.
37 ULB ଏହିରୂପେ ନେର୍ର ପୁତ୍ର ଅବ୍ନରକୁ ବଧ କରାଇବା ଯେ ରାଜାଙ୍କ ଆଡ଼ୁ ହୋଇ ନାହିଁ, ଏହା ସମସ୍ତ ଲୋକ ଓ ସମୁଦାୟ ଇସ୍ରାଏଲ ସେହି ଦିନ ଜାଣିଲେ। BSB BSB: So on that day all the troops and all Israel were convinced that the king had no part in the murder of Abner son of Ner.
38 ULB ଆହୁରି ରାଜା ଆପଣା ଦାସମାନଙ୍କୁ କହିଲେ, “ଆଜି ଇସ୍ରାଏଲ ମଧ୍ୟରେ ଜଣେ ଅଧିପତି ଓ ମହାନ ପୁରୁଷ ଯେ ପତିତ ହେଲା, ଏହା କି ତୁମ୍ଭେମାନେ ଜାଣ ନାହିଁ? BSB BSB: Then the king said to his servants, “Do you not realize that a great prince has fallen today in Israel?
39 ULB ଏଣୁ ମୁଁ ରାଜାଭିଷିକ୍ତ ହେଲେ ହେଁ ଆଜି ଦୁର୍ବଳ ହେଲି; ଏହି ପୁରୁଷମାନେ, ଅର୍ଥାତ୍, ସରୁୟାର ପୁତ୍ରମାନେ ଆମ୍ଭ ପ୍ରତି ନିଷ୍ଠୁର; ସଦାପ୍ରଭୁ ଏହି କୁକ୍ରିୟାକାରୀକୁ ତାହାର କୁକର୍ମ ଅନୁସାରେ ପ୍ରତିଫଳ ଦିଅନ୍ତୁ।” BSB BSB: And I am weak this day, though anointed as king, and these men, the sons of Zeruiah, are too fierce for me. May the LORD repay the evildoer according to his evil!”
Select verses for actions: Enter goes to them and Escape comes back.