Ezekiel 15 15 Ezekiel Judgment on Jerusalem Odia Unlocked Literal Bible 1 ULB ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, BSB BSB: Then the word of the LORD came to me, saying,
2 ULB “ହେ ମନୁଷ୍ୟ-ସନ୍ତାନ, ଦ୍ରାକ୍ଷାଲତାର ଗଛ, ବନସ୍ଥ ବୃକ୍ଷଗଣ ମଧ୍ୟରେ ସ୍ଥିତ ଦ୍ରାକ୍ଷାଲତାର ଶାଖା, ଅନ୍ୟ ସକଳ ଗଛ ଅପେକ୍ଷା କାହିଁରେ ଅଧିକ? BSB BSB: “Son of man, how does the wood of the vine surpass any other branch among the trees in the forest?
3 ULB କୌଣସି କାର୍ଯ୍ୟ ନିମନ୍ତେ କି ତହିଁରୁ କାଠ ନିଆଯିବ? ଅବା କୌଣସି ପାତ୍ର ଟଙ୍ଗାଇବା ନିମନ୍ତେ କି ଲୋକେ ତହିଁରୁ ମେଖ କରିବେ? BSB BSB: Can wood be taken from it to make something useful? Or can one make from it a peg on which to hang utensils?
4 ULB ଦେଖ, ଜାଳ ହେବା ପାଇଁ ତାହା ଅଗ୍ନିରେ ପକାଗଲା; ଅଗ୍ନି ତାହାର ଦୁଇ ମୁଣ୍ଡ ଗ୍ରାସ କଲା ଓ ତହିଁର ମଧ୍ୟଭାଗ ଦଗ୍ଧ ହେଲା ତାହା କି କୌଣସି କାର୍ଯ୍ୟକୁ ଆସିବ? BSB BSB: No, it is cast into the fire for fuel. The fire devours both ends, and the middle is charred. Can it be useful for anything?
5 ULB ଦେଖ, ଅବିକଳ ଥିବା ବେଳେ ତାହା କୌଣସି କାର୍ଯ୍ୟର ଯୋଗ୍ୟ ନୋହିଲା; ଅଗ୍ନି ଗ୍ରାସ କଲା ଉତ୍ତାରେ ଓ ତାହା ଦଗ୍ଧ ହେଲା ଉତ୍ତାରେ ତାହା କି କୌଣସି କାର୍ଯ୍ୟର ଅଧିକ ଅଯୋଗ୍ୟ ନୋହିବ?” BSB BSB: Even when it was whole, it could not be made useful. How much less can it ever be useful when the fire has consumed it and charred it!
6 ULB ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ଦେଖ, ଆମ୍ଭେ ଯେପରି ବନସ୍ଥ ଗଛସବୁର ମଧ୍ୟସ୍ଥିତ ଦ୍ରାକ୍ଷାଲତାକୁ ଅଗ୍ନିରେ ଜାଳ ହେବା ପାଇଁ ନିରୂପଣ କରିଅଛୁ, ସେହିପରି ଆମ୍ଭେ ଯିରୂଶାଲମ ନିବାସୀମାନଙ୍କୁ ନିରୂପଣ କରିବା। BSB BSB: Therefore this is what the Lord GOD says: ‘Like the wood of the vine among the trees of the forest, which I have given to the fire for fuel, so I will give up the people of Jerusalem.
7 ULB ପୁଣି, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା, ସେମାନେ ଅଗ୍ନିରୁ ବାହାରି ଯିବେ, ମାତ୍ର ଅଗ୍ନି ସେମାନଙ୍କୁ ଗ୍ରାସ କରିବ; ପୁଣି, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିଲେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ। BSB BSB: And I will set My face against them. Though they may have escaped the fire, yet another fire will consume them. And when I set My face against them, you will know that I am the LORD.
8 ULB ଆଉ, ଆମ୍ଭେ ଦେଶକୁ ଧ୍ୱଂସର ସ୍ଥାନ କରିବା, କାରଣ ସେମାନେ ସତ୍ୟ-ଲଙ୍ଘନ କରିଅଛନ୍ତି,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି। BSB BSB: Thus I will make the land desolate, because they have acted unfaithfully,’ declares the Lord GOD.”
Select verses for actions: Enter goes to them and Escape comes back.
Chapter complete
You’ve read Ezekiel 15
Make Opened yours A free account keeps your place, highlights and notes on every device. Add Plus to ask Study Help about Ezekiel 15, and keep Opened free for readers who can’t pay.