1 ULB ପୁନର୍ବାର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, BSB BSB: Again the word of the LORD came to me, saying,
2 ULB “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଯିରୂଶାଲମକୁ ତାହାର ଘୃଣାଯୋଗ୍ୟ କ୍ରିୟାସକଳ ଜଣାଅ, BSB BSB: “Son of man, confront Jerusalem with her abominations
3 ULB ଆଉ କୁହ, ପ୍ରଭୁ, ସଦାପ୍ରଭୁ ଯିରୂଶାଲମକୁ ଏହି କଥା କହନ୍ତି: ତୁମ୍ଭର ଉତ୍ପତ୍ତି ଓ ଜନ୍ମସ୍ଥାନ କିଣାନୀୟ ଦେଶ ଅଟେ; ପୁଣି ତୁମ୍ଭର ପିତା ଇମୋରୀୟ ଓ ମାତା ଜଣେ ହିତ୍ତୀୟା ଥିଲା। BSB BSB: and tell her that this is what the Lord GOD says to Jerusalem: Your origin and your birth were in the land of the Canaanites. Your father was an Amorite and your mother a Hittite.
4 ULB ତୁମ୍ଭ ଜନ୍ମର ବିବରଣ ଏହି, ତୁମ୍ଭେ ଜନ୍ମ ହେବା ଦିନ ତୁମ୍ଭର ନାଭି କଟା ହୋଇ ନ ଥିଲା, କିଅବା ତୁମ୍ଭକୁ ପରିଷ୍କାର କରିବା ପାଇଁ ଜଳରେ ସ୍ନାନ କରାଯାଇ ନ ଥିଲା; ତୁମ୍ଭେ ଲବଣରେ ମଖାଯାଇ ନ ଥିଲ, କିଅବା ପଟୀରେ ଗୁଡ଼ା ଯାଇ ନ ଥିଲ। BSB BSB: On the day of your birth your cord was not cut, nor were you washed with water for cleansing. You were not rubbed with salt or wrapped in cloths.
5 ULB ଏହିସବୁ ମଧ୍ୟରୁ କୌଣସି କାର୍ଯ୍ୟ କରିବା ପାଇଁ, ତୁମ୍ଭ ପ୍ରତି ଦୟା ବହିବା ପାଇଁ କେହି ତୁମ୍ଭ ଉପରେ ସ୍ନେହ ଦୃଷ୍ଟି ନ କଲା; ମାତ୍ର ତୁମ୍ଭେ ଜନ୍ମ ହେବା ଦିନ ତୁମ୍ଭର ଘୃଣାଯୋଗ୍ୟ ଅବସ୍ଥା ସକାଶୁ ଖୋଲା ପଡ଼ିଆରେ ଫୋପଡ଼ା ଯାଇଥିଲ। BSB BSB: No one cared enough for you to do even one of these things out of compassion for you. Instead, you were thrown out into the open field, because you were despised on the day of your birth.
6 ULB ଏଥିଉତ୍ତାରେ ଆମ୍ଭେ ଯେତେବେଳେ ତୁମ୍ଭ ନିକଟ ଦେଇ ଗଲୁ ଓ ତୁମ୍ଭକୁ ରକ୍ତରେ ଛଟପଟ ହେବାର ଦେଖିଲୁ, ସେତେବେଳେ ଆମ୍ଭେ ତୁମ୍ଭକୁ କହିଲୁ, ତୁମ୍ଭେ ନିଜ ରକ୍ତରେ (ଲିପ୍ତ) ଥିଲେ ହେଁ ଜୀବିତ ହୁଅ; ହଁ, ତୁମ୍ଭେ ନିଜ ରକ୍ତରେ (ଲିପ୍ତ) ଥିଲେ ହେଁ ଜୀବିତ ହୁଅ; ଏହି କଥା ଆମ୍ଭେ ତୁମ୍ଭକୁ କହିଲୁ। BSB BSB: Then I passed by and saw you wallowing in your blood, and as you lay there in your blood I said to you, ‘Live!’ There I said to you, ‘Live!’
7 ULB ଆମ୍ଭେ କ୍ଷେତ୍ରରେ ଉଦ୍ଭିଦ ପରି ତୁମ୍ଭକୁ ବହୁସଂଖ୍ୟକ କରାଇଲୁ, ତହିଁରେ ତୁମ୍ଭେ ବୃଦ୍ଧି ପାଇ ଅତି ବଡ଼ ହୋଇ ଉଠିଲ ଓ ମହାଶୋଭାରୂପ ଅଳଙ୍କାର ସ୍ୱରୂପ ହେଲ; ତୁମ୍ଭର ସ୍ତନଯୁଗଳ ସୁଡୌଲ ଓ ତୁମ୍ଭର କେଶ ଦୀର୍ଘ ହେଲା; ତଥାପି ତୁମ୍ଭେ ବିବସନା ଓ ଉଲଙ୍ଗିନୀ ଥିଲ। BSB BSB: I made you thrive like a plant of the field. You grew up and matured and became very beautiful. Your breasts were formed and your hair grew, but you were naked and bare.
8 ULB ପୁଣି, ଆମ୍ଭେ ଯେତେବେଳେ ତୁମ୍ଭର ନିକଟ ଦେଇ ଗମନ କଲୁ ଓ ତୁମ୍ଭ ପ୍ରତି ଅନାଇଲୁ, ସେତେବେଳେ ଦେଖ, ତୁମ୍ଭର ସେ ସମୟ ତ ପ୍ରେମର ସମୟ; ତହୁଁ ଆମ୍ଭେ ତୁମ୍ଭ ଉପରେ ଆପଣା ବସ୍ତ୍ରାଞ୍ଚଳ ପ୍ରସାରିଲୁ ଓ ତୁମ୍ଭର ଉଲଙ୍ଗତା ଆଚ୍ଛାଦନ କଲୁ; ହଁ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଶପଥ କରି ତୁମ୍ଭ ସଙ୍ଗେ ନିୟମ ସ୍ଥିର କଲୁ, ତହିଁରେ ତୁମ୍ଭେ ଆମ୍ଭର ହେଲ।” BSB BSB: Then I passed by and saw you, and you were indeed old enough for love. So I spread My cloak over you and covered your nakedness. I pledged Myself to you, entered into a covenant with you, and you became Mine, declares the Lord GOD.
9 ULB ତହୁଁ ଆମ୍ଭେ ତୁମ୍ଭକୁ ଜଳରେ ସ୍ନାନ କରାଇଲୁ, ହଁ, ଆମ୍ଭେ ସମ୍ପୂର୍ଣ୍ଣ ରୂପେ ତୁମ୍ଭ ଦେହରୁ ତୁମ୍ଭର ରକ୍ତ ଧୋଇ ଦେଲୁ ଓ ଆମ୍ଭେ ତୈଳରେ ତୁମ୍ଭକୁ ମର୍ଦ୍ଦନ କଲୁ। BSB BSB: Then I bathed you with water, rinsed off your blood, and anointed you with oil.
10 ULB ଆହୁରି, ଆମ୍ଭେ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲୁ, ଶିଶୁକ ଚର୍ମର ପାଦୁକା ପିନ୍ଧାଇଲୁ ଓ ଆମ୍ଭେ ଶୁଭ୍ର କ୍ଷୌମ ବସ୍ତ୍ରରେ ତୁମ୍ଭର କଟୀବନ୍ଧନ କରାଇଲୁ, ପୁଣି, ପଟ୍ଟବସ୍ତ୍ରରେ ବିଭୂଷିତା କଲୁ। BSB BSB: I clothed you in embroidered cloth and gave you sandals of fine leather. I wrapped you in fine linen and covered you with silk.
11 ULB ଆହୁରି, ଆମ୍ଭେ ଅଳଙ୍କାରରେ ତୁମ୍ଭକୁ ଭୂଷିତା କଲୁ, ତୁମ୍ଭ ହସ୍ତରେ କଙ୍କଣ ଓ ଗଳଦେଶରେ ହାର ଦେଲୁ। BSB BSB: I adorned you with jewelry, and I put bracelets on your wrists and a chain around your neck.
12 ULB ପୁଣି, ଆମ୍ଭେ ତୁମ୍ଭ ନାସିକାରେ ନଥ, କର୍ଣ୍ଣରେ କର୍ଣ୍ଣଭୂଷଣ ଓ ମସ୍ତକରେ ସୁନ୍ଦର ମୁକୁଟ ଦେଲୁ। BSB BSB: I put a ring in your nose, earrings on your ears, and a beautiful crown upon your head.
13 ULB ଏରୂପେ ତୁମ୍ଭେ ସୁନା, ରୂପାରେ ବିଭୂଷିତା ହେଲ, ତୁମ୍ଭର ବସ୍ତ୍ର ଶୁଭ୍ର କ୍ଷୌମସୂତ୍ର, ପଟ୍ଟ ଦ୍ୱାରା ନିର୍ମିତ ଓ ଶିଳ୍ପକର୍ମରେ ବିଚିତ୍ର ହେଲା; ତୁମ୍ଭେ ସରୁ ମଇଦା ଓ ମଧୁ ଓ ତୈଳ ଭୋଜନ କଲ। ପୁଣି, ତୁମ୍ଭେ ପରମା ସୁନ୍ଦରୀ ହୋଇ ଅବଶେଷରେ ରାଣୀ ପଦ ପ୍ରାପ୍ତ ହେଲ। BSB BSB: So you were adorned with gold and silver, and your clothing was made of fine linen, silk, and embroidered cloth. You ate fine flour, honey, and oil. You became very beautiful and rose to be queen.
14 ULB ଆଉ, ତୁମ୍ଭ ସୌନ୍ଦର୍ଯ୍ୟର ସୁଖ୍ୟାତି ନାନା ଦେଶରେ ବ୍ୟାପିଲା; କାରଣ ପ୍ରଭୁ, ସଦାପ୍ରଭୁ କହନ୍ତି, “ଆମ୍ଭେ ଆପଣା ଐଶ୍ୱର୍ଯ୍ୟ ଦ୍ୱାରା ତୁମ୍ଭକୁ ଯେଉଁ ସୌନ୍ଦର୍ଯ୍ୟ ଦେଇଥିଲୁ, ତାହା ସିଦ୍ଧ ଥିଲା। BSB BSB: Your fame spread among the nations on account of your beauty, for it was perfect in the splendor I bestowed on you, declares the Lord GOD.
15 ULB ମାତ୍ର ତୁମ୍ଭେ ଆପଣା ସୌନ୍ଦର୍ଯ୍ୟରେ ନିର୍ଭର କରି ନିଜ ସୁଖ୍ୟାତି ସକାଶୁ ବ୍ୟଭିଚାରିଣୀ ହେଲ, ପୁଣି, ଯେକେହି ତୁମ୍ଭ ନିକଟ ଦେଇ ଗଲା; ତାହା ଉପରେ ତୁମ୍ଭର ବ୍ୟଭିଚାରରୂପ ଜଳ ଢାଳିଲ; ତାହା ତାହାର ଭୋଗ ହେଲା। BSB BSB: But because of your fame, you trusted in your beauty and played the harlot. You lavished your favors on everyone who passed by, and your beauty was theirs for the asking.
16 ULB ପୁଣି, ତୁମ୍ଭେ ଆପଣା ବସ୍ତ୍ରର କିଛି କିଛି ନେଇ ଆପଣା ପାଇଁ ନାନା ରଙ୍ଗରେ ଭୂଷିତ ଉଚ୍ଚସ୍ଥଳୀ ନିର୍ମାଣ କଲ ଓ ତହିଁ ଉପରେ ବ୍ୟଭିଚାର କ୍ରିୟା କଲ; ଏପରି କାର୍ଯ୍ୟ ହେବ ନାହିଁ, କିଅବା ହେବାର ହିଁ ଉଚିତ୍ ନୁହେଁ। BSB BSB: You took some of your garments and made colorful high places for yourself, and on them you prostituted yourself. Such things should not have happened; never should they have occurred!
17 ULB ଆହୁରି, ଆମ୍ଭର ସୁନା ଓ ଆମ୍ଭର ରୂପାରେ ନିର୍ମିତ ଯେସକଳ ସୁନ୍ଦର ଆଭରଣ ଆମ୍ଭେ ତୁମ୍ଭକୁ ଦେଇଥିଲୁ, ତୁମ୍ଭେ ତାହା ନେଇ ପୁରୁଷାକୃତି ପ୍ରତିମାଗଣ ନିର୍ମାଣ କରି ସେମାନଙ୍କ ସଙ୍ଗେ ବ୍ୟଭିଚାର କଲ; BSB BSB: You also took the fine jewelry of gold and silver I had given you, and you made male idols with which to prostitute yourself.
18 ULB ପୁଣି, ତୁମ୍ଭେ ଆପଣା ବିଚିତ୍ର ବସ୍ତ୍ରସବୁ ନେଇ ସେମାନଙ୍କୁ ପିନ୍ଧାଇଲ ଓ ସେମାନଙ୍କ ସମ୍ମୁଖରେ ଆମ୍ଭର ତୈଳ ଓ ଆମ୍ଭର ଧୂପ ରଖିଲ। BSB BSB: You took your embroidered garments to cover them, and you set My oil and incense before them.
19 ULB ମଧ୍ୟ ସରୁ ମଇଦା, ତୈଳ ଓ ମଧୁ, ଆଦି ଆମ୍ଭର ଯେଉଁ ଖାଦ୍ୟ ଦ୍ୱାରା ଆମ୍ଭେ ତୁମ୍ଭକୁ ପ୍ରତିପାଳନ କଲୁ, ତାହା ତୁମ୍ଭେ ସୌରଭାର୍ଥେ ସେମାନଙ୍କ ସମ୍ମୁଖରେ ରଖିଲ, ଆଉ ଏପ୍ରକାର ହୋଇଥିଲା,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି। BSB BSB: And you set before them as a pleasing aroma the food I had given you—the fine flour, oil, and honey that I had fed you. That is what happened, declares the Lord GOD.
20 ULB “ଆହୁରି, ଆମ୍ଭ ନିମନ୍ତେ ତୁମ୍ଭେ ଯେଉଁମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ଆପଣାର ସେହି ପୁତ୍ର ଓ କନ୍ୟାଗଣକୁ ନେଇ ଗ୍ରାସିତ ହେବା ପାଇଁ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଅଛ। BSB BSB: You even took the sons and daughters you bore to Me and sacrificed them as food to idols. Was your prostitution not enough?
21 ULB ତୁମ୍ଭେ ଯେ ଆମ୍ଭର ସନ୍ତାନଗଣକୁ ବଧ କରିଅଛ ଓ ଅଗ୍ନିରେ ଗମନ କରାଇ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଅଛ, ତୁମ୍ଭର ଏହି ବ୍ୟଭିଚାର କି କ୍ଷୁଦ୍ର ବିଷୟ? BSB BSB: You slaughtered My children and delivered them up through the fire to idols.
22 ULB ପୁଣି, ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ ଓ ବ୍ୟଭିଚାର କ୍ରିୟା କରିବା ବେଳେ ଆପଣା ଯୌବନାବସ୍ଥାର ସମୟ, ଅର୍ଥାତ୍, ଯେଉଁ ସମୟରେ ତୁମ୍ଭେ ବିବସନା, ଉଲଙ୍ଗିନୀ ଥିଲ ଓ ନିଜ ରକ୍ତରେ ଛଟପଟ ହେଉଥିଲ, ସେହି ସମୟକୁ ସ୍ମରଣ କରି ନାହଁ। BSB BSB: And in all your abominations and acts of prostitution, you did not remember the days of your youth when you were naked and bare, wallowing in your own blood.
23 ULB ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭକୁ ଧିକ୍ ଧିକ୍”! ତୁମ୍ଭର ଏହିସବୁ ଦୁଷ୍ଟାଚରଣ ଉତ୍ତାରେ, BSB BSB: Woe! Woe to you, declares the Lord GOD. And in addition to all your other wickedness,
24 ULB ତୁମ୍ଭେ ପ୍ରତିମା ପୂଜା କରିବାକୁ ଆପଣା ନିମନ୍ତେ ମନ୍ଦିର ନିର୍ମାଣ କରିଅଛ ଓ ପ୍ରତ୍ୟେକ ଛକରେ ଉଚ୍ଚସ୍ଥଳୀ ନିର୍ମାଣ କରିଅଛ। BSB BSB: you built yourself a mound and made yourself a lofty shrine in every public square.
25 ULB ତୁମ୍ଭେ ପ୍ରତ୍ୟେକ ପଥ ମୁଣ୍ଡରେ ଉଚ୍ଚସ୍ଥଳୀ ପ୍ରସ୍ତୁତ କରିଅଛ ଓ ଆପଣାର ସୌନ୍ଦର୍ଯ୍ୟକୁ ଘୃଣାଯୋଗ୍ୟ କରିଅଛ ଓ ପ୍ରତ୍ୟେକ ପଥିକ ପାଇଁ ଆପଣାର ପାଦଦ୍ୱୟ ଅନାବୃତ କରିଅଛ, ଆଉ ଆପଣାର ବ୍ୟଭିଚାର କ୍ରିୟା ବଢ଼ାଇଅଛ। BSB BSB: At the head of every street you built your lofty shrines and degraded your beauty. With increasing promiscuity, you spread your legs to all who passed by.
26 ULB ଆହୁରି, ତୁମ୍ଭେ ଆପଣାର କାମୁକତା ପ୍ରତିବାସୀ, ମିସ୍ରୀୟମାନଙ୍କ ସହିତ ବ୍ୟଭିଚାର କରିଅଛ ଓ ଆମ୍ଭକୁ ବିରକ୍ତ କରିବା ପାଇଁ ଆପଣା ବ୍ୟଭିଚାର କ୍ରିୟା ବଢ଼ାଇଅଛ। BSB BSB: You prostituted yourself with your lustful neighbors, the Egyptians, and increased your promiscuity to provoke Me to anger.
27 ULB ଏହେତୁ ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭର ଦୈନିକ ଖାଦ୍ୟ ଊଣା କରିଅଛୁ ଓ ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ତୁମ୍ଭ ଭ୍ରଷ୍ଟାଚରଣରେ ଲଜ୍ଜିତ ଅଟନ୍ତି, ସେହି ପଲେଷ୍ଟୀୟ କନ୍ୟାମାନଙ୍କ ଇଚ୍ଛାରେ ତୁମ୍ଭକୁ ସମର୍ପଣ କଲୁ। BSB BSB: Therefore I stretched out My hand against you and reduced your portion. I gave you over to the desire of those who hate you, the daughters of the Philistines, who were ashamed of your lewd conduct.
28 ULB ତୁମ୍ଭେ ଅତୃପ୍ତ ହେବାରୁ ଅଶୂରୀୟମାନଙ୍କ ସହିତ ବ୍ୟଭିଚାର କରିଅଛ; ହଁ, ତୁମ୍ଭେ ସେମାନଙ୍କ ସଙ୍ଗେ ବ୍ୟଭିଚାର କଲେ ହେଁ ତୃପ୍ତା ହୋଇ ନାହଁ। BSB BSB: Then you prostituted yourself with the Assyrians, because you were not yet satisfied. Even after that, you were still not satisfied.
29 ULB ଆହୁରି, ତୁମ୍ଭେ କିଣାନ ଦେଶରେ କଲ୍ଦୀୟ ପର୍ଯ୍ୟନ୍ତ ଆପଣା ବ୍ୟଭିଚାର କ୍ରିୟା ବୃଦ୍ଧି କରିଅଛ; ପୁଣି, ତହିଁରେ ହେଁ ତୃପ୍ତା ହୋଇ ନାହଁ। BSB BSB: So you extended your promiscuity to Chaldea, the land of merchants—but even with this you were not satisfied!
30 ULB ପ୍ରଭୁ, ସଦାପ୍ରଭୁ କହନ୍ତି, ତୁମ୍ଭର ହୃଦୟ କିପରି ଦୁର୍ବଳ, ଏଥିପାଇଁ ତୁମ୍ଭେ ସ୍ଵେଚ୍ଛାଚାରିଣୀ ବେଶ୍ୟା ସ୍ତ୍ରୀ ପରି ଏହିସବୁ କାର୍ଯ୍ୟ କରିଅଛ।” BSB BSB: How weak-willed is your heart, declares the Lord GOD, while you do all these things, the acts of a shameless prostitute!
31 ULB ତୁମ୍ଭେ ପ୍ରତ୍ୟେକ ପଥ ମୁଣ୍ଡରେ ଆପଣା ଉଚ୍ଚ ସ୍ଥାନ ନିର୍ମାଣ କରୁଅଛ ଓ ପ୍ରତ୍ୟେକ ଛକରେ ମଞ୍ଚ ପ୍ରସ୍ତୁତ କରୁଅଛ; ପୁଣି, ତୁମ୍ଭେ ବେଶ୍ୟା ପରି ନ ହୋଇ ଭଡ଼ା ତୁଚ୍ଛ କରିଅଛ। BSB BSB: But when you built your mounds at the head of every street and made your lofty shrines in every public square, you were not even like a prostitute, because you scorned payment.
32 ULB ତୁମ୍ଭେ ତ ବ୍ୟଭିଚାରିଣୀ ଭାର୍ଯ୍ୟା! ତୁମ୍ଭେ ତ ଆପଣା ସ୍ୱାମୀ ବଦଳରେ ଅଜଣା ଲୋକଙ୍କୁ ଗ୍ରହଣ କରୁଅଛ। BSB BSB: You adulterous wife! You receive strangers instead of your own husband!
33 ULB ଲୋକେ ବେଶ୍ୟାମାନଙ୍କୁ ଭଡ଼ା ଦିଅନ୍ତି; ମାତ୍ର ତୁମ୍ଭେ ଆପଣା ପ୍ରେମିକ ସମସ୍ତଙ୍କୁ ଭଡ଼ା ଦେଉଅଛ, ଆଉ ତୁମ୍ଭର ବେଶ୍ୟାବୃତ୍ତି କ୍ରମେ ସେମାନେ ଯେପରି ଚତୁର୍ଦ୍ଦିଗରୁ ତୁମ୍ଭ ନିକଟକୁ ଆସନ୍ତି, ଏଥିପାଇଁ ତୁମ୍ଭେ ସେମାନଙ୍କୁ ଲାଞ୍ଚ ଦେଉଅଛ। BSB BSB: Men give gifts to all their prostitutes, but you gave gifts to all your lovers. You bribed them to come to you from everywhere for your illicit favors.
34 ULB ପୁଣି, ଅନ୍ୟ ସ୍ତ୍ରୀମାନଙ୍କ ଅପେକ୍ଷା ତୁମ୍ଭ ବେଶ୍ୟାବୃତ୍ତିର ପ୍ରଭେଦ ଏହି ଯେ, ତୁମ୍ଭ ସଙ୍ଗେ ବ୍ୟଭିଚାର କରିବା ପାଇଁ କେହି ତୁମ୍ଭର ପଶ୍ଚାଦଗାମୀ ହୁଏ ନାହିଁ; ଆଉ, ତୁମ୍ଭେ ଭଡ଼ା ଦେଲେ ହେଁ ତୁମ୍ଭକୁ କିଛି ଭଡ଼ା ଦିଆଯାଏ ନାହିଁ, ଏଥିପାଇଁ ତୁମ୍ଭର କ୍ରିୟା ବିପରୀତ ଅଟେ। BSB BSB: So your prostitution is the opposite of that of other women: No one solicited your favors, and you paid a fee instead of receiving one; so you are the very opposite!
35 ULB ଏହେତୁ ହେ ବେଶ୍ୟା, ସଦାପ୍ରଭୁଙ୍କର ବାକ୍ୟ ଶୁଣ; BSB BSB: Therefore, O prostitute, hear the word of the LORD!
36 ULB ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭର ଅଶୁଚିତା ଢଳା ଯାଇଅଛି ଓ ତୁମ୍ଭର ପ୍ରେମିକଗଣର ସଙ୍ଗେ ତୁମ୍ଭର ବ୍ୟଭିଚାର ହେତୁ ତୁମ୍ଭର ଉଲଙ୍ଗତା ଅନାବୃତ ହୋଇଅଛି, ଏଥିପାଇଁ, ପୁଣି, ତୁମ୍ଭର ଘୃଣାଯୋଗ୍ୟ ସକଳ ଦେବତାର ନିମନ୍ତେ ଓ ତୁମ୍ଭେ ସେମାନଙ୍କୁ ଆପଣା ସନ୍ତାନଗଣର ଯେଉଁ ରକ୍ତ ଦେଇଅଛ; ତହିଁ ସକାଶୁ; BSB BSB: This is what the Lord GOD says: Because you poured out your wealth and exposed your nakedness in your promiscuity with your lovers and with all your detestable idols, and because of the blood of your children which you gave to them,
37 ULB ଦେଖ, ତୁମ୍ଭେ ଯେଉଁମାନଙ୍କଠାରେ ସନ୍ତୋଷ ପାଇଅଛ, ତୁମ୍ଭର ସେହି ପ୍ରେମିକ ସମସ୍ତଙ୍କୁ, ଆଉ ଯେଉଁମାନଙ୍କୁ ତୁମ୍ଭେ ପ୍ରେମ କରିଅଛ ଓ ଯେଉଁମାନଙ୍କୁ ତୁମ୍ଭେ ଘୃଣା କରିଅଛ, ସେହି ସମସ୍ତଙ୍କୁ ଆମ୍ଭେ ଏକତ୍ର କରିବା; ଆମ୍ଭେ ତୁମ୍ଭ ବିରୁଦ୍ଧରେ ଚତୁର୍ଦ୍ଦିଗରୁ ସେମାନଙ୍କୁ ଏକତ୍ର କରି ସେମାନଙ୍କ ଆଗରେ ତୁମ୍ଭର ଉଲଙ୍ଗତା ଅନାବୃତ କରିବା, ତହିଁରେ ସେମାନେ ତୁମ୍ଭର ସମସ୍ତ ଉଲଙ୍ଗତା ଦେଖିବେ। BSB BSB: therefore I will surely gather all the lovers with whom you found pleasure, all those you loved and all those you hated. I will gather them against you from all around and expose you before them, and they will see you completely naked.
38 ULB ବିବାହ ନିୟମ ଲଘଂନକାରିଣୀ ଓ ରକ୍ତପାତ-କାରିଣୀ ସ୍ତ୍ରୀମାନେ ଯେରୂପ ବିଚାରିତା ହୁଅନ୍ତି, ସେରୂପ ଆମ୍ଭେ ତୁମ୍ଭର ବିଚାର କରିବା ଏବଂ କୋପ ଓ ଅନ୍ତର୍ଜ୍ୱାଳାର ରକ୍ତ ତୁମ୍ଭ ଉପରେ ଉପସ୍ଥିତ କରିବା। BSB BSB: And I will sentence you to the punishment of women who commit adultery and those who shed blood; so I will bring upon you the wrath of your bloodshed and jealousy.
39 ULB ଆମ୍ଭେ, ମଧ୍ୟ ତୁମ୍ଭକୁ ସେମାନଙ୍କ ହସ୍ତରେ ସମର୍ପଣ କରିବା, ତହିଁରେ ସେମାନେ ତୁମ୍ଭର ମନ୍ଦିର ସ୍ଥାନସବୁ ଭାଙ୍ଗି ପକାଇବେ ଓ ଉଚ୍ଚସ୍ଥଳୀସବୁ ଉତ୍ପାଟନ କରିବେ; ପୁଣି, ସେମାନେ ତୁମ୍ଭକୁ ବିବସନା କରି ତୁମ୍ଭର ସୁନ୍ଦର ଅଳଙ୍କାରସବୁ ହରଣ କରି ନେବେ; ଆଉ, ସେମାନେ ତୁମ୍ଭକୁ ବିବସନା ଓ ଉଲଙ୍ଗିନୀ କରି ଛାଡ଼ି ଦେବେ। BSB BSB: Then I will deliver you into the hands of your lovers, and they will level your mounds and tear down your lofty shrines. They will strip off your clothes, take your fine jewelry, and leave you naked and bare.
40 ULB ଆହୁରି, ସେମାନେ ତୁମ୍ଭ ବିରୁଦ୍ଧରେ ଏକ ସମାଜ ଆଣି ତୁମ୍ଭକୁ ପ୍ରସ୍ତରାଘାତ କରିବେ ଓ ଆପଣା ଆପଣା ଖଡ୍ଗରେ ତୁମ୍ଭକୁ ବିନ୍ଧିବେ। BSB BSB: They will bring a mob against you, who will stone you and cut you to pieces with their swords.
41 ULB ପୁଣି, ସେମାନେ ତୁମ୍ଭର ଗୃହସବୁ ଅଗ୍ନିରେ ଦଗ୍ଧ କରିବେ ଓ ଅନେକ ସ୍ତ୍ରୀଲୋକଙ୍କ ସାକ୍ଷାତରେ ତୁମ୍ଭ ଉପରେ ଦଣ୍ଡାଜ୍ଞା ସଫଳ କରିବେ; ପୁଣି, ଆମ୍ଭେ ତୁମ୍ଭକୁ ବ୍ୟଭିଚାର କ୍ରିୟାରୁ ନିବୃତ୍ତ କରାଇବା, ତୁମ୍ଭେ ମଧ୍ୟ ଆଉ ଭଡ଼ା ଦେବ ନାହିଁ। BSB BSB: Then they will burn down your houses and execute judgment against you in the sight of many women. I will put an end to your prostitution, and you will never again pay your lovers.
42 ULB ଏହିରୂପେ ତୁମ୍ଭ ପ୍ରତି ଆମ୍ଭର କୋପ ଶାନ୍ତ ହେବ, ତୁମ୍ଭଠାରୁ ଆମ୍ଭର ଅନ୍ତର୍ଜ୍ୱାଳା ଯିବ ଓ ଆମ୍ଭେ କ୍ଷାନ୍ତ ହୋଇ ଆଉ କ୍ରୋଧ କରିବା ନାହିଁ। BSB BSB: So I will lay to rest My wrath against you, and My jealousy will turn away from you. Then I will be calm and no longer angry.
43 ULB ତୁମ୍ଭେ ଆପଣା ଯୌବନାବସ୍ଥା ସ୍ମରଣ କରି ନାହଁ, ମାତ୍ର ଏହିସବୁ ବିଷୟରେ ଆମ୍ଭକୁ ବିରକ୍ତ କରିଅଛ”, ଏହେତୁ ଦେଖ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ହିଁ ତୁମ୍ଭ କାର୍ଯ୍ୟର ଫଳ ତୁମ୍ଭ ମସ୍ତକରେ ବର୍ତ୍ତାଇବା, ତହିଁରେ ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ କ୍ରିୟା ଉପରେ ଏପ୍ରକାର ଭ୍ରଷ୍ଟାଚରଣ କରିବ ନାହିଁ। BSB BSB: Because you did not remember the days of your youth, but enraged Me with all these things, I will surely bring your deeds down upon your own head, declares the Lord GOD. Have you not committed this lewdness on top of all your other abominations?
44 ULB ଦେଖ, ଯେକେହି ପ୍ରବାଦ ବ୍ୟବହାର କରେ, ସେ ତୁମ୍ଭ ବିରୁଦ୍ଧରେ ଏହି ପ୍ରବାଦ ବ୍ୟବହାର କରିବ ଯଥା; ମାତା ଯେସନ, କନ୍ୟା ତେସନ। BSB BSB: Behold, all who speak in proverbs will quote this proverb about you: ‘Like mother, like daughter.’
45 ULB ତୁମ୍ଭେ ଆପଣା ମାତାର କନ୍ୟା, ସେ ଆପଣା ସ୍ୱାମୀକୁ ଓ ସନ୍ତାନମାନଙ୍କୁ ଘୃଣା କରେ; ତୁମ୍ଭେ ନିଜ ଭଗିନୀଗଣର ଭଗିନୀ, ସେମାନେ ଆପଣା ଆପଣା ସ୍ୱାମୀକୁ ଓ ସନ୍ତାନଗଣକୁ ଘୃଣା କଲେ; ତୁମ୍ଭମାନଙ୍କର ମାତା ଜଣେ ହିତ୍ତୀୟା ଓ ତୁମ୍ଭମାନଙ୍କର ପିତା ଜଣେ ଇମୋରୀୟ ଥିଲା। BSB BSB: You are the daughter of your mother, who despised her husband and children. You are the sister of your sisters, who despised their husbands and children. Your mother was a Hittite and your father an Amorite.
46 ULB ପୁଣି, ଶମରୀୟା ତୁମ୍ଭର ବଡ଼ ଭଗିନୀ, ସେ ଆପଣା କନ୍ୟାଗଣ ସହିତ ତୁମ୍ଭର ଉତ୍ତର ଦିଗରେ ବାସ କରେ; ଆଉ, ସଦୋମ ତୁମ୍ଭର ସାନ ଭଗିନୀ, ସେ ଓ ତାହାର କନ୍ୟାଗଣ ତୁମ୍ଭର ଦକ୍ଷିଣ ଦିଗରେ ବାସ କରନ୍ତି। BSB BSB: Your older sister was Samaria, who lived with her daughters to your north; and your younger sister was Sodom, who lived with her daughters to your south.
47 ULB ତଥାପି ତୁମ୍ଭେ ସେମାନଙ୍କ ପଥରେ ଗମନ କରି ନାହଁ, କିଅବା ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ କର୍ମ କରି ନାହଁ; ମାତ୍ର ତାହା ଅତି କ୍ଷୁଦ୍ର ଥିଲା ପରି ମନେକରି, ତୁମ୍ଭେ ଆପଣାର ସମସ୍ତ ଆଚାର ବ୍ୟବହାରରେ ସେମାନଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟା ହୋଇଅଛ। BSB BSB: And you not only walked in their ways and practiced their abominations, but soon you were more depraved than they were.
48 ULB ପ୍ରଭୁ, ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ କହୁଅଛୁ, ତୁମ୍ଭର ଭଗିନୀ ସଦୋମ, ତାହାର କନ୍ୟାଗଣ ତୁମ୍ଭ ପରି ଓ ତୁମ୍ଭ କନ୍ୟାଗଣ ପରି କର୍ମ କରି ନାହାନ୍ତି। BSB BSB: As surely as I live, declares the Lord GOD, your sister Sodom and her daughters never did as you and your daughters have done.
49 ULB ଦେଖ, ତୁମ୍ଭ ଭଗିନୀ ସଦୋମର ଏହି ଅଧର୍ମ ଥିଲା; ତାହାର ଓ ତାହାର କନ୍ୟାଗଣର ଅହଙ୍କାର, ଭକ୍ଷ୍ୟର ପୂର୍ଣ୍ଣତା ଓ ସମୃଦ୍ଧି ଜନିତ ଶାନ୍ତି ଥିଲା, ସେ ଦରିଦ୍ର ଓ ଦୀନହୀନଙ୍କର ହସ୍ତ ସବଳ କଲା ନାହିଁ। BSB BSB: Now this was the iniquity of your sister Sodom: She and her daughters were arrogant, overfed, and complacent; they did not help the poor and needy.
50 ULB ପୁଣି, ସେମାନେ ଅହଙ୍କାରିଣୀ ଥିଲେ ଓ ଆମ୍ଭ ସମ୍ମୁଖରେ ଘୃଣାଯୋଗ୍ୟ କ୍ରିୟା କଲେ; ଏହେତୁ ଆମ୍ଭକୁ ଯେପରି ଭଲ ଦିଶିଲା, ସେହିପରି ଆମ୍ଭେ ସେମାନଙ୍କୁ ଦୂର କଲୁ। BSB BSB: Thus they were haughty and committed abominations before Me. Therefore I removed them, as you have seen.
51 ULB ପୁଣି, ଶମରୀୟା ତୁମ୍ଭ ପାପର ଅର୍ଦ୍ଧେକ ପାପ କରି ନାହିଁ; ମାତ୍ର ତୁମ୍ଭେ ସେମାନଙ୍କ ଅପେକ୍ଷା ଆପଣା ଘୃଣାଯୋଗ୍ୟ କ୍ରିୟା ଅଧିକ ବଢ଼ାଇଅଛ ଓ ଆପଣାର କୃତ ସକଳ ଘୃଣାଯୋଗ୍ୟ କ୍ରିୟା ଦ୍ୱାରା ତୁମ୍ଭେ ଆପଣା ଭଗିନୀଗଣକୁ ଧାର୍ମିକ ପରି କରିଅଛ। BSB BSB: Furthermore, Samaria did not commit half the sins you did. You have multiplied your abominations beyond theirs, and all the abominations you have committed have made your sisters appear righteous.
52 ULB ତୁମ୍ଭେ ଆପଣା ଭଗିନୀଗଣର ପକ୍ଷରେ ବିଚାର ନିଷ୍ପତ୍ତି କରିବାରୁ ଆପଣା ଅପମାନ ଆପେ ଭୋଗ କର; ସେମାନଙ୍କ ଅପେକ୍ଷା ତୁମ୍ଭର କୃତ ଅଧିକ ଘୃଣାଯୋଗ୍ୟ ପାପସମୂହ ଦ୍ୱାରା ସେମାନେ ତୁମ୍ଭ ଅପେକ୍ଷା ଧାର୍ମିକ ହୋଇଅଛନ୍ତି; ହଁ, ତୁମ୍ଭେ ଆପଣା ଭଗିନୀଗଣକୁ ଧାର୍ମିକ କରିଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଲଜ୍ଜିତ ହୁଅ ଓ ଆପଣା ଅପମାନ ଭୋଗ କର। BSB BSB: So now you must bear your disgrace, since you have brought justification for your sisters. For they appear more righteous than you, because your sins were more vile than theirs. So you too must bear your shame and disgrace, since you have made your sisters appear righteous.
53 ULB ପୁଣି, ଆମ୍ଭେ ସେମାନଙ୍କର ବନ୍ଦୀତ୍ୱାବସ୍ଥା, ଅର୍ଥାତ୍, ସଦୋମ ଓ ତାହାର କନ୍ୟାଗଣର ବନ୍ଦୀତ୍ୱାବସ୍ଥା, ଶମରୀୟା ଓ ତାହାର କନ୍ୟାଗଣର ବନ୍ଦୀତ୍ୱାବସ୍ଥା, ପୁଣି, ସେମାନଙ୍କ ମଧ୍ୟବର୍ତ୍ତୀ ତୁମ୍ଭର ବନ୍ଦୀଗଣର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା; BSB BSB: But I will restore Sodom and her daughters from captivity, as well as Samaria and her daughters. And I will restore you along with them.
54 ULB ତହିଁରେ ତୁମ୍ଭେ ଆପଣା ଅପମାନ ଭୋଗ କରିବ ଓ ସେମାନଙ୍କ ପ୍ରତି ସାନ୍ତ୍ୱନା ସ୍ୱରୂପ ହୋଇ ଯାହା ଯାହା କରିଅଛ, ସେହିସବୁ ସକାଶୁ ଲଜ୍ଜିତ ହେବ। BSB BSB: So you will bear your disgrace and be ashamed of all you did to comfort them.
55 ULB ପୁଣି, ତୁମ୍ଭର ଭଗିନୀଗଣ, ଅର୍ଥାତ୍, ସଦୋମ ଓ ତାହାର କନ୍ୟାଗଣ ସେମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବେ, ଶମରୀୟା ଓ ତାହାର କନ୍ୟାଗଣ ସେମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବେ, ଆଉ ତୁମ୍ଭେ ଓ ତୁମ୍ଭର କନ୍ୟାଗଣ ତୁମ୍ଭମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବ। BSB BSB: And your sisters, Sodom with her daughters and Samaria with her daughters, will return to their former state. You and your daughters will also return to your former state.
56 ULB କାରଣ ତୁମ୍ଭର ଆତ୍ମପ୍ରଶଂସାର ସମୟରେ ତୁମ୍ଭେ ଆପଣା ଭଗିନୀ ସଦୋମର ନାମ ମୁଖରେ ଆଣି ନ ଥିଲ। BSB BSB: Did you not treat your sister Sodom as an object of scorn in the day of your pride,
57 ULB ସେହି ସମୟରେ ତୁମ୍ଭର ଦୁଷ୍ଟତା ପ୍ରକାଶ ପାଇ ନ ଥିଲା, ପାଇଲା ଉତ୍ତାରେ ତୁମ୍ଭର ତୁଚ୍ଛକାରିଣୀ ଅରାମର କନ୍ୟାଗଣ ଓ ତାହାର ଚତୁର୍ଦ୍ଦିଗ ନିବାସିନୀ ସମସ୍ତେ, ପଲେଷ୍ଟୀୟମାନଙ୍କର କନ୍ୟାଗଣ ଚାରି ଦିଗରେ ତୁମ୍ଭର ଅପମାନ କଲେ। BSB BSB: before your wickedness was uncovered? Even so, you are now scorned by the daughters of Edom and all those around her, and by the daughters of the Philistines—all those around you who despise you.
58 ULB ସଦାପ୍ରଭୁ କହନ୍ତି, “ତୁମ୍ଭେ ଆପଣା ବ୍ୟଭିଚାର ଓ ଘୃଣାଯୋଗ୍ୟ କ୍ରିୟାର ଭାର ବହନ କରିଅଛ।” BSB BSB: You will bear the consequences of your lewdness and your abominations, declares the LORD.
59 ULB କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ଶପଥ ଅବଜ୍ଞା କରି ନିୟମ ଯେପରି ଭଗ୍ନ କରିଅଛ, ଆମ୍ଭେ ତୁମ୍ଭ ପ୍ରତି ସେହିରୂପ ବ୍ୟବହାର କରିବା। BSB BSB: For this is what the Lord GOD says: I will deal with you according to your deeds, since you have despised the oath by breaking the covenant.
60 ULB ତଥାପି ତୁମ୍ଭ ଯୌବନାବସ୍ଥାରେ ତୁମ୍ଭ ସହିତ ଆମ୍ଭ କୃତ ନିୟମ ଆମ୍ଭେ ସ୍ମରଣ କରିବା ଓ ତୁମ୍ଭ ପକ୍ଷରେ ଆମ୍ଭେ ଅନନ୍ତକାଳସ୍ଥାୟୀ ଏକ ନିୟମ ସ୍ଥାପନ କରିବା। BSB BSB: But I will remember the covenant I made with you in the days of your youth, and I will establish an everlasting covenant with you.
61 ULB ସେହି ସମୟରେ ଯେତେବେଳେ ତୁମ୍ଭେ ଆପଣା ଭଗିନୀଗଣକୁ, ତୁମ୍ଭର ବଡ଼ ଓ ସାନ ଭଗିନୀଗଣକୁ ଗ୍ରହଣ କରିବ, ସେତେବେଳେ ତୁମ୍ଭେ ଆପଣା ଆଚାର ବ୍ୟବହାର ସ୍ମରଣ କରି ଲଜ୍ଜିତ ହେବ; ଆଉ, ଆମ୍ଭେ ସେମାନଙ୍କୁ କନ୍ୟା ରୂପେ ତୁମ୍ଭକୁ ଦେବା, ମାତ୍ର ତୁମ୍ଭର ନିୟମାନୁକ୍ରମେ ନୁହେଁ। BSB BSB: Then you will remember your ways and be ashamed when you receive your older and younger sisters. I will give them to you as daughters, but not because of My covenant with you.
62 ULB ପୁଣି, ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ। BSB BSB: So I will establish My covenant with you, and you will know that I am the LORD,
63 ULB ତୁମ୍ଭେ ଯାହା ଯାହା କରିଅଛ, ତୁମ୍ଭର ସେହି ସବୁ ଯେତେବେଳେ ଆମ୍ଭେ କ୍ଷମା କରିବା, ସେତେବେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତ ହେବ ଓ ନିଜ ଅପମାନ ହେତୁ ଆଉ କେବେ ଆପଣା ମୁଖ ଫିଟାଇବ ନାହିଁ।” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି। BSB BSB: so that when I make atonement for all you have done, you will remember and be ashamed and never again open your mouth because of your disgrace, declares the Lord GOD.”
Select verses for actions: Enter goes to them and Escape comes back.