1 ULB ମୋହର ପ୍ରାଣ କ୍ଷୟ ପାଉଅଛି ଓ ମୋହର ଦିନ ଅବସାନ ହେଉଅଛି, ମୋ’ ନିମନ୍ତେ କବର ପ୍ରସ୍ତୁତ ଅଛି। BSB BSB: “My spirit is broken; my days are extinguished; the grave awaits me.
2 ULB ନିଶ୍ଚୟ ପରିହାସକମାନେ ମୋ’ ନିକଟରେ ଅଛନ୍ତି ଓ ସେମାନଙ୍କ ବିରୋଧ ମୋ’ ଚକ୍ଷୁଗୋଚରରେ ଅଛି। BSB BSB: Surely mockers surround me, and my eyes must gaze at their rebellion.
3 ULB ହେ ପରମେଶ୍ଵର ବିନୟ କରୁଅଛି, ପ୍ରତିନିଧି ଦିଅ, ଆପଣା ନିକଟରେ ଆପେ ମୋ’ ପାଇଁ ଲଗା ହୁଏ; ଆଉ କିଏ ମୋ’ ହାତରେ ହାତ ଦେବ? BSB BSB: Give me, I pray, the pledge You demand. Who else will be my guarantor?
4 ULB କାରଣ ତୁମ୍ଭେ ସେମାନଙ୍କ ଅନ୍ତଃକରଣକୁ ବୁଦ୍ଧିରୁ ଗୁପ୍ତ କରିଅଛ; ଏହେତୁ ତୁମ୍ଭେ ସେମାନଙ୍କୁ ଉନ୍ନତ କରିବ ନାହିଁ। BSB BSB: You have closed their minds to understanding; therefore You will not exalt them.
5 ULB ଯେ ଆପଣା ମିତ୍ରଗଣକୁ ଲୁଟ ରୂପେ ସମର୍ପଣ କରେ, ତାହାର ସନ୍ତାନଗଣର ଚକ୍ଷୁ ନିସ୍ତେଜ ହେବ। BSB BSB: If a man denounces his friends for a price, the eyes of his children will fail.
6 ULB ମଧ୍ୟ ସେ ମୋତେ ଲୋକମାନଙ୍କର ହାସ୍ୟାସ୍ପଦ କରିଅଛନ୍ତି; ମୁଁ ପ୍ରକାଶରେ ଘୃଣାପାତ୍ର ହୋଇଅଛି। BSB BSB: He has made me a byword among the people, a man in whose face they spit.
7 ULB ଦୁଃଖ ସକାଶୁ ମଧ୍ୟ ମୋର ଚକ୍ଷୁ କ୍ଷୀଣ ହୋଇଅଛି ଓ ମୋହର ସର୍ବାଙ୍ଗ ଛାୟା ତୁଲ୍ୟ ହୋଇଅଛି। BSB BSB: My eyes have grown dim with grief, and my whole body is but a shadow.
8 ULB ସରଳ ଲୋକେ ଏଥିରେ ଚମତ୍କୃତ ହେବେ ଓ ନିର୍ଦ୍ଦୋଷ ଲୋକ ଅଧାର୍ମିକ ବିରୁଦ୍ଧରେ ଆପଣାକୁ ଉତ୍ତେଜିତ କରିବ। BSB BSB: The upright are appalled at this, and the innocent are stirred against the godless.
9 ULB ତଥାପି ଧାର୍ମିକ ଆପଣା ମାର୍ଗ ଦୃଢ଼ କରି ଧରିବ ଓ ଶୁଚିହସ୍ତ ଲୋକ ଆହୁରି ଆହୁରି ବଳବାନ ହେବ। BSB BSB: Yet a righteous one holds to his way, and the one with clean hands grows stronger.
10 ULB ମାତ୍ର ତୁମ୍ଭେ ସମସ୍ତେ ଏବେ ଫେରି ଆସ; ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନବାନ ଲୋକ ପାଇବି ନାହିଁ। BSB BSB: But come back and try again, all of you. For I will not find a wise man among you.
11 ULB ମୋହର ବଞ୍ଚିବାର ଦିନସବୁ ଅତୀତ ହେଲା, ମୋହର ଅଭିପ୍ରାୟ, ଅର୍ଥାତ୍, ମୋର ମନର ସଂକଳ୍ପସବୁ ନିଷ୍ଫଳ ହେଲା। BSB BSB: My days have passed; my plans are broken off—even the desires of my heart.
12 ULB ସେମାନେ ରାତ୍ରିକୁ ଦିନ କରନ୍ତି; ସେମାନେ ଆଲୁଅକୁ ଅନ୍ଧକାରର ସନ୍ନିକଟ ବୋଲି କହନ୍ତି। BSB BSB: They have turned night into day, making light seem near in the face of darkness.
13 ULB ଯଦି ମୁଁ ପାତାଳକୁ ଆପଣାର ଗୃହ ବୋଲି ଅନାଏ; ଯଦି ମୁଁ ଅନ୍ଧକାରରେ ଆପଣା ଶଯ୍ୟା ବିଛାଇଅଛି; BSB BSB: If I look for Sheol as my home, if I spread out my bed in darkness,
14 ULB ଯଦି ମୁଁ କ୍ଷୟକୁ କହିଅଛି, ତୁମ୍ଭେ ମୋହର ପିତା; କୀଟକୁ କହିଅଛି, ତୁମ୍ଭେ ମୋହର ମାତା ଓ ଭଗିନୀ; BSB BSB: and say to corruption, ‘You are my father,’ and to the worm, ‘My mother,’ or ‘My sister,’
15 ULB ତେବେ ମୋହର ଭରସା କାହିଁ? ଓ ମୋହର ଭରସା କିଏ ଦେଖିବ? BSB BSB: where then is my hope? Who can see any hope for me?
16 ULB ତାହା ପାତାଳର ଅର୍ଗଳ ଆଡ଼କୁ ଓହ୍ଲାଇ ଯିବ, ତହିଁରେ ଏକାବେଳେ ମାଟିରେ ବିଶ୍ରାମ ହେବ। BSB BSB: Will it go down to the gates of Sheol? Will we go down together into the dust?”
Select verses for actions: Enter goes to them and Escape comes back.