1 ULB ଏଥିଉତ୍ତାରେ ଆୟୁବ ପୁନର୍ବାର ଆପଣା ପ୍ରସଙ୍ଗ ଧରି କହିଲା, BSB BSB: And Job continued his discourse:
2 ULB “ଆହା, ମୁଁ ପୂର୍ବବର୍ତ୍ତୀ ମାସସବୁରେ, ପରମେଶ୍ୱର ମୋତେ ଜଗି ରଖିଥିବା ଦିନସମୂହରେ ଯେପରି ଥିଲି, ସେପରି ଯେବେ ଥା’ନ୍ତି; BSB BSB: “How I long for the months gone by, for the days when God watched over me,
3 ULB ସେତେବେଳେ ତାହାଙ୍କ ପ୍ରଦୀପ ମୋ’ ମସ୍ତକ ଉପରେ ଆଲୁଅ ଦେଲା ଓ ମୁଁ ତାହାଙ୍କ ଦୀପ୍ତିରେ ଅନ୍ଧକାର ଦେଇ ଗମନ କଲି; BSB BSB: when His lamp shone above my head, and by His light I walked through the darkness,
4 ULB ମୁଁ ଉତ୍ତମ ଅବସ୍ଥାରେ ଥିଲି, ସେତେବେଳେ ମୋ’ ତମ୍ବୁ ଉପରେ ପରମେଶ୍ୱରଙ୍କର ଗୁପ୍ତ ବିଷୟ ଥିଲା; BSB BSB: when I was in my prime, when the friendship of God rested on my tent,
5 ULB ସେତେବେଳେ ସର୍ବଶକ୍ତିମାନ ପରମେଶ୍ଵର ମୋ’ ସଙ୍ଗରେ ଥିଲେ ଓ ମୋହର ସନ୍ତାନଗଣ ମୋ’ ଚତୁଃପାର୍ଶ୍ୱରେ ଥିଲେ; BSB BSB: when the Almighty was still with me and my children were around me,
6 ULB ସେତେବେଳେ ମୋହର ଚରଣ ଦୁଗ୍ଧରେ ଧୌତ ହେଲା ଓ ଶୈଳ ମୋ’ ପାଇଁ ତୈଳ-ନଦୀ ବହାଇଲା। BSB BSB: when my steps were bathed in cream and the rock poured out for me streams of oil!
7 ULB ମୁଁ ନଗର-ଦ୍ୱାରକୁ ଯାଇ ଛକସ୍ଥାନରେ ଆପଣା ଆସନ ପ୍ରସ୍ତୁତ କଲେ, BSB BSB: When I went out to the city gate and took my seat in the public square,
8 ULB ଯୁବା ଲୋକମାନେ ମୋତେ ଦେଖି ଲୁଚିଲେ ଓ ବୃଦ୍ଧ ଲୋକମାନେ ଉଠି ଠିଆ ହେଲେ। BSB BSB: the young men saw me and withdrew, and the old men rose to their feet.
9 ULB ଅଧିପତିମାନେ କଥାବାର୍ତ୍ତା କରିବାରୁ ନିବୃତ୍ତ ହେଲେ ଓ ଆପଣା ଆପଣା ମୁଖରେ ହାତ ଦେଲେ; BSB BSB: The princes refrained from speaking and covered their mouths with their hands.
10 ULB କୁଳୀନମାନଙ୍କ ରବ ନିରସ୍ତ ହେଲା ଓ ସେମାନଙ୍କ ଜିହ୍ୱା ସେମାନଙ୍କ ମୁଖର ତାଳୁକାରେ ଲାଗି ରହିଲା। BSB BSB: The voices of the nobles were hushed, and their tongues stuck to the roofs of their mouths.
11 ULB କାରଣ କର୍ଣ୍ଣ ମୋ’ କଥା ଶୁଣନ୍ତେ, ମୋତେ କଲ୍ୟାଣ କଲା ଓ ଚକ୍ଷୁ ମୋତେ ଦେଖନ୍ତେ, ମୋ’ ପକ୍ଷରେ ସାକ୍ଷ୍ୟ ଦେଲା; BSB BSB: For those who heard me called me blessed, and those who saw me commended me,
12 ULB ଯେହେତୁ ମୁଁ ଆର୍ତ୍ତନାଦକାରୀ ଦରିଦ୍ରକୁ, ମଧ୍ୟ ଅସହାୟ ପିତୃହୀନକୁ ଉଦ୍ଧାର କଲି। BSB BSB: because I rescued the poor who cried out and the fatherless who had no helper.
13 ULB ନଷ୍ଟକଳ୍ପ ଲୋକର କଲ୍ୟାଣ ମୋ’ ଉପରେ ବର୍ତ୍ତିଲା ଓ ମୁଁ ବିଧବାର ହୃଦୟକୁ ଆନନ୍ଦରେ ଗାନ କରାଇଲି। BSB BSB: The dying man blessed me, and I made the widow’s heart sing for joy.
14 ULB ମୁଁ ଧାର୍ମିକତା ପରିଧାନ କଲି ଓ ତାହା ମୋତେ ପରିଧାନ କଲା; ମୋହର ନ୍ୟାୟ ଆବରଣ-ବସ୍ତ୍ର ଓ ମୁକୁଟ ସ୍ୱରୂପ ଥିଲା। BSB BSB: I put on righteousness, and it clothed me; justice was my robe and my turban.
15 ULB ମୁଁ ଅନ୍ଧ ପ୍ରତି ଚକ୍ଷୁ ସ୍ୱରୂପ ଓ ଛୋଟା ପ୍ରତି ଚରଣ ସ୍ୱରୂପ ଥିଲି। BSB BSB: I served as eyes to the blind and as feet to the lame.
16 ULB ମୁଁ ଦୀନହୀନ ପ୍ରତି ପିତା ସ୍ୱରୂପ ଥିଲି ଓ ମୋ’ ଅଜ୍ଞାତ ଲୋକର ଗୁହାରି ମୁଁ ତଦନ୍ତ କଲି। BSB BSB: I was a father to the needy, and I took up the case of the stranger.
17 ULB ଆଉ, ମୁଁ ଅଧାର୍ମିକର କଳପାଟି ଭାଙ୍ଗି ପକାଇଲି ଓ ତାହାର ଦନ୍ତରୁ ଶିକାର ଛଡ଼ାଇ ନେଲି। BSB BSB: I shattered the fangs of the unjust and snatched the prey from his teeth.
18 ULB ସେହି ସମୟରେ ମୁଁ କହିଲି, ମୁଁ ଆପଣା ବସାରେ ମରିବି ଓ ମୁଁ ବାଲୁକା ପରି ଆପଣା ଦିନ ବୃଦ୍ଧି କରିବି; BSB BSB: So I thought: ‘I will die in my nest and multiply my days as the sand.
19 ULB ମୋହର ଚେର ଜଳ ପର୍ଯ୍ୟନ୍ତ ପ୍ରସାରିତ ହୋଇଅଛି ଓ ମୋହର ଶାଖା ଉପରେ ରାତ୍ରିସାରା କାକର ଥାଏ; BSB BSB: My roots will spread out to the waters, and the dew will rest nightly on my branches.
20 ULB ମୋହର ଗୌରବ ମୋ’ଠାରେ ସତେଜ ଥାଏ ଓ ମୋ’ ଧନୁ ମୋ’ ହସ୍ତରେ ନୂତନୀକୃତ ହୁଏ। BSB BSB: My glory is ever new within me, and my bow is renewed in my hand.’
21 ULB ଲୋକମାନେ ମୋ’ ଆଡ଼େ କର୍ଣ୍ଣ ଦେଇ ଅପେକ୍ଷା କଲେ ଓ ମୋହର ପରାମର୍ଶ ପାଇଁ ନୀରବ ରହିଲେ। BSB BSB: Men listened to me with expectation, waiting silently for my counsel.
22 ULB ମୋ’ କଥା ଉତ୍ତାରେ ସେମାନେ ଆଉ କଥା କହିଲେ ନାହିଁ; ପୁଣି, ମୋ’ କଥା ସେମାନଙ୍କ ଉପରେ ଟୋପା ଟୋପା ହୋଇ ପଡ଼ିଲା। BSB BSB: After my words, they spoke no more; my speech settled on them like dew.
23 ULB ଆଉ, ଯେପରି ବୃଷ୍ଟି ପାଇଁ, ସେପରି ସେମାନେ ମୋ’ ପାଇଁ ଅପେକ୍ଷା କଲେ ଓ ଯେପରି ଶେଷବୃଷ୍ଟି ପାଇଁ, ସେପରି ସେମାନେ ଆପଣା ଆପଣା ମୁଖ ପ୍ରଶସ୍ତ କରି ମେଲା କଲେ। BSB BSB: They waited for me as for rain and drank in my words like spring showers.
24 ULB ମୁଁ ସେମାନଙ୍କ ପ୍ରତି ହସିଲେ ସେମାନେ ବିଶ୍ୱାସ କଲେ ନାହିଁ ଓ ମୋ’ ମୁଖର ତେଜ ନିସ୍ତେଜ କଲେ ନାହିଁ। BSB BSB: If I smiled at them, they did not believe it; the light of my countenance was precious.
25 ULB ମୁଁ ସେମାନଙ୍କ ପଥ ମନୋନୀତ କରି ପ୍ରଧାନ ହୋଇ ବସିଲି ଓ ସୈନ୍ୟଦଳ ମଧ୍ୟରେ ରାଜା ପରି ଓ ଶୋକାର୍ତ୍ତମାନଙ୍କର ସାନ୍ତ୍ୱନାକାରୀ ପରି ବାସ କଲି। BSB BSB: I chose their course and presided as chief. So I dwelt as a king among his troops, as a comforter of the mourners.
Select verses for actions: Enter goes to them and Escape comes back.