1 UDB ରାଜା ହେରୋଦ ସେ ସମୟରେ ମଣ୍ଡଳୀରେ କେତେକ ଲୋକଙ୍କ କାରାଗାରରେ ପକେଇବା ପାଇଁ ସୈନ୍ୟମାନଙ୍କୁ ପଠେଇଲେ। ସୈନ୍ୟମାନେ ସେମାନଙ୍କୁ କାରାଗାରରେ ପକାଇଲେ I ସେ ଏପରି କଲେ କାରଣ ସେ ଚାହିଁଲେ ବିଶ୍ୱାସୀମାନେ କଷ୍ଟ ପାଆନ୍ତୁ I BSB BSB: About that time, King Herod reached out to harm some who belonged to the church.
2 UDB ରାଜା ହେରୋଦ ଯାକୁବର ମସ୍ତକ କାଟିବା ପାଇଁ ସୈନ୍ୟକୁ ଆଦେଶ କଲେ, ସେ ଯୋହନଙ୍କ ବଡ଼ ଭାଇ ଥିଲେ I ସୈନ୍ୟ ସେପରି କଲା। BSB BSB: He had James, the brother of John, put to death with the sword.
3 UDB ଯେତେବେଳେ ହେରୋଦ ରାଜା ଅନୁଭବ କଲେ କି ଯାକୁବର ମୃତ୍ୟୁ ଯିହୁଦୀ ନେତାମାନଙ୍କୁ ସନ୍ତୁଷ୍ଟ କଲା, ସେ ପିତରକୁ ମଧ୍ୟ ବନ୍ଦୀ କରିବା ପାଇଁ ଆଦେଶ କଲେ I ଏହା ଏକ ପର୍ବର ଘଟଣା ଯେଉଁ ସମୟରେ ଯିହୁଦୀମାନେ ଖମିର ଶୂନ୍ୟ ରୋଟୀ ଖାଆନ୍ତି I BSB BSB: And seeing that this pleased the Jews, Herod proceeded to seize Peter during the Feast of Unleavened Bread.
4 UDB ହେରୋଦ ପିତରଙ୍କୁ ବନ୍ଦୀ କଲା ପରେ ତାକୁ କାରାଗାରରେ ରଖିଲେ। ତାହାଙ୍କୁ ଜଗିବାପାଇଁ ଷୋହଳ ଜଣ ପ୍ରହରୀଙ୍କୁ ଆଦେଶ କଲେ। ହେରୋଦଙ୍କ ଉଦ୍ଦେଶ୍ୟ ଥିଲା ନିସ୍ତାର ପର୍ବ ପରେ ସେ ପିତରଙ୍କୁ ଲୋକମାନଙ୍କ ସାମନାକୁ ଆଣିବେ ଓ ତାଙ୍କୁ ବିଚାର କରିବେ I BSB BSB: He arrested him and put him in prison, handing him over to be guarded by four squads of four soldiers each. Herod intended to bring him out to the people after the Passover.
5 UDB ତେଣୁ ପିତର କାରାଗାରରେ ବନ୍ଦୀ ହୋଇ କିଛି ଦିନ ରହିଲେ। ତାହାଙ୍କ ପାଇଁ ଯିରୂଶାଲମ ମଣ୍ଡଳୀର ସମସ୍ତେ ପରମେଶ୍ୱରଙ୍କ ନିକଟରେ ନିରବଚ୍ଛିନ୍ନ ଭାବରେ ପ୍ରାର୍ଥନା କଲେ ଯେପରି ପିତର କାରଗାରରୁ ମୁକ୍ତ ହୁଅନ୍ତି। BSB BSB: So Peter was kept in prison, but the church was fervently praying to God for him.
6 UDB ହେରୋଦ ଯେଉଁଦିନ ପିତରଙ୍କୁ ବିଚ଼ାର ପାଇଁ ବାହାରକୁ ଆଣିବା ନିମନ୍ତେ ଯୋଜନା କରିଥିଲେ, ତା'ପୂର୍ବ ରାତ୍ରିରେ ପିତର ଦୁଇଟି ଶିକୁଳିରେ ବନ୍ଧା ହୋଇ ଦୁଇଜଣ ସୈନିକଙ୍କ ମଝିରେ ଶୋଇଥିଲେ। ଦୁଇ ଜଣ ଜଗୁଆଳୀମାନେ ଫାଟକ ପାଖରେ ରହି କାରାଗାରକୁ ଜଗି ରହିଥିଲେ। BSB BSB: On the night before Herod was to bring him to trial, Peter was sleeping between two soldiers, bound with two chains, with sentries standing guard at the entrance to the prison.
7 UDB ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ପିତରଙ୍କ ପାଖରେ ଉଭା ହେଲେ। କେଠାରୀଟି ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୋଇଗଲା। ସେ ପିତରଙ୍କୁ ହଲେଇ ଦେଇ କହିଲେ, "ଶୀଘ୍ର ଉଠ।" ସେ ଉଠିବା ସମୟରେ ତାହାଙ୍କ ହାତରୁ ସବୁ ଶିକୁଳି ଖସିପଡ଼ିଲା। କିନ୍ତୁ ସୈନିକମାନେ ଜାଣି ପାରିଲେ ନାହିଁ I BSB BSB: Suddenly an angel of the Lord appeared and a light shone in the cell. He tapped Peter on the side and woke him up, saying, “Get up quickly.” And the chains fell off his wrists.
8 UDB ସେ ସ୍ୱର୍ଗଦୂତ ପିତରଙ୍କୁ କହିଲେ, "ଲୁଗାପଟା ଓ ଜୋତା ପିନ୍ଧ।" ସେ ପିନ୍ଧିଲେ। ଦୂତ ପୁଣି କହିଲେ, "ତୁମ୍ଭର ଚ଼ାଦର ଘୋଡ଼େଇ ହୁଅ ଓ ମୋତେ ଅନୁସରଣ କର।" BSB BSB: “Get dressed and put on your sandals,” said the angel. Peter did so, and the angel told him, “Wrap your cloak around you and follow me.”
9 UDB ପିତର ତାହାଙ୍କୁ ଅନୁସରଣ କଲେ। ସ୍ୱର୍ଗଦୂତ ପ୍ରକୃତରେ ଏହି ଘଟଣାଟି ଘଟାଉଛନ୍ତି ଏହା ପିତର ଅନୁଭବ କରିପାରିଲେ ନାହିଁ। ସେ ଭାବୁଥିଲେ ଯେ, ସେ ଏକ ଦର୍ଶନ ଦେଖୁଛନ୍ତି I BSB BSB: So Peter followed him out, but he was unaware that what the angel was doing was real. He thought he was only seeing a vision.
10 UDB ପିତର ଓ ସ୍ୱର୍ଗଦୂତ ସୈନିକମାନଙ୍କ ପାଖ ଦେଇ ଗଲେ ମାତ୍ର ସେମାନେ ସେମାନଙ୍କୁ ଦେଖିପାରିଲେ ନାହିଁ I ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀଙ୍କୁ ଟପି ଗୋଟିଏ ଲୁହା ଫାଟକ ପାଖକୁ ଆସିଲେ। ଏହା କାରାଗାରକୁ ନଗରରୁ ବିଚ୍ଛିନ୍ନ କରୁଥିଲା। ଏହା ଆପେ ଆପେ ଖୋଲିଗଲା ଓ ସେମାନେ ବାହାରକୁ ଚ଼ାଲିଗଲେ। ସେମାନେ ଗୋଟିଏ ଗଳିର ଶେଷ ଆଡ଼କୁ ଗଲାପରେ ହଠାତ୍ ସ୍ୱର୍ଗଦୂତ ଜଣକ ପିତରଙ୍କୁ ଛାଡ଼ି ଚ଼ାଲିଗଲେ I BSB BSB: They passed the first and second guards and came to the iron gate leading to the city, which opened for them by itself. When they had gone outside and walked the length of one block, the angel suddenly left him.
11 UDB ତା'ପରେ ପିତର ଜାଣିପାରିଲେ ଯେ ତାଙ୍କ ଯାହା ସବୁ ଘଟିଗଲା ତାହା ପ୍ରକୃତରେ ସତ୍ୟ ଅଟେ। ସେ ଭାବିଲେ, "ମୁଁ ବର୍ତ୍ତମାନ ଜାଣିଲ,” ପ୍ରଭୁ ପ୍ରକୃତରେ ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇ ହେରାଦଙ୍କ କବଳରୁ ମୋତେ ଉଦ୍ଧାର କଲେ ଓ ଯିହୁଦୀୟମାନଙ୍କ ସମସ୍ତ ମନ୍ଦ ଆଶାକୁ ବ୍ୟର୍ଥ କଲେ।" BSB BSB: Then Peter came to himself and said, “Now I know for sure that the Lord has sent His angel and rescued me from Herod’s grasp and from everything the Jewish people were anticipating.”
12 UDB ଏହା ଅନୁଭବ କଲାପରେ, ସେ ଯୋହନଙ୍କ ମାତା ମରିୟମଙ୍କ ଘରକୁ ଗଲେ। ଯୋହନଙ୍କୁ ମାର୍କ ମଧ୍ୟ କୁହାଯାଉଥିଲା। ସେଠାରେ ଅନେକ ବିଶ୍ୱାସୀ ଏକାଠି ହୋଇ ପ୍ରାର୍ଥନା କରୁଥିଲେ ଯେପରି ପିତର ଉଦ୍ଧାର ପାଆନ୍ତି I BSB BSB: And when he had realized this, he went to the house of Mary the mother of John, also called Mark, where many people had gathered together and were praying.
13 UDB ପିତର କବାଟରେ ଠକ୍ ଠକ୍ କରନ୍ତେ ରୋଦା ନାମକ ଜଣେ ଚ଼ାକରାଣୀ କବାଟ ଖୋଲିବାକୁ ଆସିଲା I BSB BSB: He knocked at the outer gate, and a servant girl named Rhoda came to answer it.
14 UDB ସେ ପିତରଙ୍କର ସ୍ୱର ଜାଣିପାରି ଏତେ ଖୁସି ହୋଇଗଲା ଯେ, ସେ କବାଟ ନଖୋଲି ଭିତରକୁ ଦୌଡ଼ିଗଲା। ଭିତରକୁ ଦୌଡ଼ିଯାଇ ସେ ସମସ୍ତଙ୍କୁ କହିଲା, "ପିତର କବାଟ ପାଖରେ ଠିଆ ହୋଇଛନ୍ତି! BSB BSB: When she recognized Peter’s voice, she was so overjoyed that she forgot to open the gate, but ran inside and announced, “Peter is standing at the gate!”
15 UDB ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ ରୋଦାର କଥା ଶୁଣି ତାହାକୁ କହିଲେ, "ତୁ ପାଗଳୀ," କିନ୍ତୁ ସେ ତା କଥା ସତ୍ୟ ବୋଲି ଦୃଢ଼ଭାବେ କହିବାକୁ ଲାଗିଲା। ସେମାନେ କହିଲେ," ନା ସେ ପିତର ନୁହନ୍ତି, ସେ ନିଶ୍ଚୟ ପିତରଙ୍କର ଦୂତ।" BSB BSB: “You are out of your mind,” they told her. But when she kept insisting it was so, they said, “It must be his angel.”
16 UDB କିନ୍ତୁ ପିତର କବାଟରେ ଠକ୍ ଠକ୍ କରି ଚ଼ାଲିଥିଲେ। ବିଶ୍ୱାସୀମାନେ ଯେତେବେଳେ କବାଟ ଖୋଲିଲେ ସେତେବେଳେ ପିତରଙ୍କୁ ଦେଖି ବିସ୍ମିତ ହୋଇଗଲେ। BSB BSB: But Peter kept on knocking, and when they opened the door and saw him, they were astounded.
17 UDB ପିତର ସେମାନଙ୍କୁ ହାତରେ ଠାରି ଚୁପ୍ ରହିବାକୁ କହିଲେ। ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାରକରି ଆଣିଲେ, ସେ ସବୁ କଥା ପିତର ସେମାନଙ୍କୁ ବୁଝାଇ କହିଲେ। ସେ ଏ ବିଷୟରେ ଯାକୁବ ଓ ଅନ୍ୟ ଭାଇମାନଙ୍କୁ ଜଣେଇବା ପାଇଁ କହିଲେ। ତା'ପରେ ସେ ଅନ୍ୟ ସ୍ଥାନକୁ ଚ଼ାଲିଗଲେ I BSB BSB: Peter motioned with his hand for silence, and he described how the Lord had brought him out of the prison. “Send word to James and to the brothers,” he said, and he left for another place.
18 UDB ତହିଁ ଆରଦିନ ସକାଳ ହେବାରୁ ସୈନ୍ୟମାନେ ଅତି ବିବ୍ରତ ହୋଇଗଲେ। ପିତରଙ୍କ ପ୍ରତି କ'ଣ ଘଟିଥିବ, ଏହା ଭାବି ସେମାନେ ଚିନ୍ତିତ ହୋଇପଡ଼ିଲେ। BSB BSB: At daybreak there was no small commotion among the soldiers as to what had become of Peter.
19 UDB ହେରାଦ ଏହା ଶୁଣି ତାହାଙ୍କୁ ପିତରଙ୍କୁ ଖୋଜିବା ପାଇଁ ଆଦେଶ ଦେଲେ, କିନ୍ତୁ ସେମାନେ ପାଇଲେ ନାହିଁ। ତା'ପରେ ସେ ଜଗୁଆଳୀମାନଙ୍କୁ ପଚ଼ରା ଉଚ଼ରା କରିସାରି, ସେମାନଙ୍କୁ ମୃତ୍ୟୁଦଣ୍ତରେ ଦଣ୍ଡିତ କଲେ। ଏହା ପରେ ହେରୋଦ ଯିହୁଦା ଛାଡି କାଇସରିଆକୁ ଯାଇ ସେଠାରେ କିଛି ସମୟ ରହିଲେ I BSB BSB: After Herod had searched for him unsuccessfully, he examined the guards and ordered that they be executed. Then he went down from Judea to Caesarea and spent some time there.
20 UDB ହେରୋଦ ରାଜା ସୋର ଓ ସୀଦୋନର ଲୋକମାନଙ୍କ ଉପରେ ଭୀଷଣ ରାଗୁଥିଲେ। ଦିନେ ସେମାନଙ୍କ ଦଳର କିଛି ଲୋକ କାଇସରିଆକୁ ଆସି ରାଜାଙ୍କୁ ଦେଖିବାକୁ ଆସିଲେ। ସେମାନେ ରାଜାଙ୍କର ବ୍ୟକ୍ତିଗତ ଚ଼ାକର ବ୍ଲାସ୍ତଙ୍କ ସାହାଯ୍ୟ ଦ୍ୱାରା ହେରୋଦଙ୍କ ସହିତ ଶାନ୍ତି ଚୁକ୍ତି କରିବା ପାଇଁ ଚେଷ୍ଟା କଲେ, କାରଣ ରାଜାଙ୍କ ଦେଶର ଲୋକମାନଙ୍କ ସହିତ ବ୍ୟବସାୟ କରି ସେମାନଙ୍କ ଦେଶକୁ ଖାଦ୍ୟ ଆଣୁଥିଲେ I BSB BSB: Now Herod was in a furious dispute with the people of Tyre and Sidon, and they convened before him. Having secured the support of Blastus, the king’s chamberlain, they asked for peace, because their region depended on the king’s country for food.
21 UDB ହେରୋଦ ଯେଉଁ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ସେମାନଙ୍କୁ ଦେଖାକରିବା ପାଇଁ ସ୍ଥିର କଲେ, ସେଦିନ ସେ ରାଜକୀୟ ବସ୍ତ୍ର ପିନ୍ଧି ସିଂହାସନରେ ବସି ଲୋକମାନଙ୍କୁ ଭାଷଣ ଦେଲେ। BSB BSB: On the appointed day, Herod donned his royal robes, sat on his throne, and addressed the people.
22 UDB ଯେଉଁ ଲୋକମାନେ ଶୁଣିଲେ ପାଟି କରି କହିଲେ, "ଏହି ଯେଉଁ ବ୍ୟକ୍ତି କହୁଅଛନ୍ତି ସେ ଦେବତା, ମନୁଷ୍ୟ ନୁହେଁ। BSB BSB: And they began to shout, “This is the voice of a god, not a man!”
23 UDB ହେରୋଦ ନିଜର ପ୍ରଶଂସା ଲୋକମାନଙ୍କଠାରୁ ଶୁଣିଲେ, କିନ୍ତୁ ସେ ପରମେଶ୍ୱରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀର ଅସୁସ୍ଥ ହେଲା ଓ ଶରୀରକୁ କୀଟମାନେ ଖାଇଲେ। ଶେଷରେ ସେ ମୃତ୍ୟୁବରଣ କଲେ I BSB BSB: Immediately, because Herod did not give glory to God, an angel of the Lord struck him down, and he was eaten by worms and died.
24 UDB ବିଶ୍ୱାସୀମାନେ ସୁସମାଚ଼ାର ଚ଼ାରିଆଡ଼େ ପ୍ରଚାର କଲେ। ଅଧିକରୁ ଅଧିକ ଲୋକମାନେ ଏହି ସୁସମାଚ଼ାର ଦ୍ୱାରା ପ୍ରଭାବିତ ହେବା ଦ୍ୱାରା ବିଶ୍ୱାସୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା। BSB BSB: But the word of God continued to spread and multiply.
25 UDB ବର୍ଣ୍ଣବ୍ବା ଓ ଶାଉଲ ଯିହୁଦାରେ ବିଶ୍ୱାସୀମାନଙ୍କ ମଧ୍ୟରେ ଟଙ୍କା ସାହାଯ୍ୟ ଦେଇ ଯିରୂଶାଲମ ଛାଡିଲେ ଓ କାମ ସାରି ଆନ୍ତିୟଖିଆକୁ ଫେରିଲେ। ସେମାନଙ୍କ ସହିତ ମାର୍କ ଉପନାମ ପ୍ରାପ୍ତ ଯୋହନ ସାଙ୍ଗରେ ଥିଲେ I BSB BSB: When Barnabas and Saul had fulfilled their mission to Jerusalem, they returned, bringing with them John, also called Mark.
Select verses for actions: Enter goes to them and Escape comes back.