1 UDB ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ପୂର୍ବରୁ, ସତେ ଯେପରି ଈଶ୍ୱର ବାଧ୍ୟ ହେବା ପାଇଁ ତୁମ୍ଭେମାନେ ଶକ୍ତିହୀନ ଓ ମୃତ ବ୍ୟକ୍ତି ତୂଲ୍ୟ ଥିଲ। BSB BSB: And you were dead in your trespasses and sins,
2 UDB ଦିନେ ତୁମ୍ଭେମାନେ ବର୍ତ୍ତମାନ ଜଗତର ଇଚ୍ଛାନୁସାରେ ଆଚରଣ କରି ବଞ୍ଚିଲ, ଆଉ ତୁମ୍ଭେମାନେ ମଧ୍ୟ, ଶୟତାନ ଯାହା ଚାହେଁ ତାହାର ଅନୁସରଣ କଲ- ଶୟତାନ ମନ୍ଦ ଆତ୍ମାଗୁଡିକ ଉପରେ ଶାସନ କରେ ଯାହାର ଜଗତ ଉପରେ ଏଭଳି ଶକ୍ତି ରହିଅଛି। ଶୟତାନ ମନ୍ଦ ଆତ୍ମା ଅଟେ ଯାହା ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି। BSB BSB: in which you used to walk when you conformed to the ways of this world and of the ruler of the power of the air, the spirit who is now at work in the sons of disobedience.
3 UDB ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଈଶ୍ୱରଙ୍କୁ ଅବଜ୍ଞା କଲୁ; ମନ୍ଦ ବିଷୟଗୁଡିକ ଯାହା ଶାରୀରିକ ଅଭିଲାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମନର କାମନା ପୂର୍ଣ୍ଣ କରୁଥିଲୁ। ପୁଣି, ଈଶ୍ୱର ଆମ୍ଭମାନଙ୍କ ଉପରେ ବହୁତ କ୍ରୋଧ କଲେ, ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ। BSB BSB: All of us also lived among them at one time, fulfilling the cravings of our flesh and indulging its desires and thoughts. Like the rest, we were by nature children of wrath.
4 UDB ମାତ୍ର ଦୟାସାଗର ଯେ ଈଶ୍ୱର, ସେ ଆମ୍ଭମାନଙ୍କୁ ମହା ପ୍ରେମରେ ପ୍ରେମ କରନ୍ତି। BSB BSB: But because of His great love for us, God, who is rich in mercy,
5 UDB ଈଶ୍ୱରଙ୍କର ବାଧ୍ୟ ହେବାକୁ ଶକ୍ତିହୀନ, ଆମ୍ଭେମାନେ ମୃତ ଲୋକ ସଦୃଶ ହେଲୁ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ମିଳିତ କରିବା ଦ୍ୱାରା ପୁଣି ଥରେ ଈଶ୍ୱର ଆମ୍ଭମାନଙ୍କୁ ସୃଷ୍ଟି କଲେ। ଈଶ୍ୱର ଆମ୍ଭମାନଙ୍କୁ ଉଦ୍ଧାର କଲେ କାରଣ ସେ ଆମ୍ଭମାନଙ୍କ ପ୍ରତି ଦୟାବାନ ହୋଇଅଛନ୍ତି। BSB BSB: made us alive with Christ even when we were dead in our trespasses. It is by grace you have been saved!
6 UDB ସେ ଆମ୍ଭମାନଙ୍କ ପରି ମୃତଲୋକମାନଙ୍କୁ ଉତ୍ଥାପିତ କଲେ, ପୁଣି ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି। BSB BSB: And God raised us up with Christ and seated us with Him in the heavenly realms in Christ Jesus,
7 UDB ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ମିଳିତ କରାଇ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଦୟା ପ୍ରକାଶ କରନ୍ତି। BSB BSB: in order that in the coming ages He might display the surpassing riches of His grace, demonstrated by His kindness to us in Christ Jesus.
9 UDB ଦାନଟି କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ କରିନ କହେ ଯେ, ସେ ନିଜେ ନିଜେ ପରିତ୍ରାଣ ପାଇଅଛି। BSB BSB: not by works, so that no one can boast.
10 UDB କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେପରି ଖ୍ରୀଷ୍ଟ ଯୀଶୁଙ୍କ ସହ ମିଳିତ ହୋଇ ନୂଆ ଲୋକ ହେଲୁ, ଯେପରି ସମସ୍ତ ସତକାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ ପ୍ରସ୍ତୁତ କରିଥିଲେ। BSB BSB: For we are God’s workmanship, created in Christ Jesus to do good works, which God prepared in advance as our way of life.
11 UDB ତୁମ୍ଭେମାନେ ଭୁଲ ନାହିଁ ଯେ ପୂର୍ବରେ ଶରୀର ସମ୍ବନ୍ଧରେ ଅଣଯିହୂଦୀ ଅସୁନ୍ନତ ବୋଲି ଖ୍ୟାତ ଥିଲ କାରଣ ତୁମ୍ଭେମାନେ ଯିହୂଦୀରୂପେ ଜନ୍ମ ହୋଇ ନ ଥିଲ। ଯିହୁଦୀମାନେ ତୁମ୍ଭମାନଙ୍କୁ "ଅସୁନ୍ନତ ଦେବପୂଜକ"କହି ଅପମାନ ଦେଲେ। ସେମାନେ ନିଜକୁ କହନ୍ତି "ସୁନ୍ନତ" ଏହା ଦ୍ୱାରା ସେମାନେ ବୁଝନ୍ତି ଯେ ତୁମ୍ଭେମାନେ ନୁହଁ, ସେମାନେ ଈଶ୍ୱରଙ୍କ ଲୋକ ଅଟନ୍ତି, ଯଦିଓ ସୁନ୍ନତ ଏପରି ଏକ ବିଷୟ ଅଟେ ଯାହା କେବଳ ମନୁଷ୍ୟମାନେ କରନ୍ତି, ଈଶ୍ୱର ନୁହନ୍ତି। BSB BSB: Therefore remember that formerly you who are Gentiles in the flesh and called uncircumcised by the so-called circumcision (that done in the body by human hands)—
12 UDB ସେତେବେଳେ ତୁମ୍ଭେମାନେ ଯେ ସତ୍ୟ ଈଶ୍ୱରଙ୍କଠାରୁ ପୃଥକ୍, ଏବଂ ଇସ୍ରାଏଲର ପ୍ରଜାସତ୍ୱରହିତ ଥିଲ। ତୁମ୍ଭେମାନେ ଈଶ୍ୱରଙ୍କ ପ୍ରତିଜ୍ଞାମାନ ଓ ନିୟମ ଜାଣିଲ ନାହିଁ। ତୁମ୍ଭେମାନେ ଭବିଷ୍ୟତରେ ଭରସାହୀନ ହେବ ଯାହା ଈଶ୍ୱର ପ୍ରତିଜ୍ଞା କରିଥିଲେ,। ତୁମ୍ଭେମାନେ ଏପରିକି ଆଶା ଅନୁରୂପ ଈଶ୍ୱରଙ୍କଠାରେ ଭରସା କରିପାରିବ ନାହିଁ କାରଣ ତୁମ୍ଭେମାନେ ଜାଣ ନାହିଁ ଈଶ୍ୱର କିଏ ଅଟନ୍ତି। BSB BSB: remember that at that time you were separate from Christ, alienated from the commonwealth of Israel, and strangers to the covenants of the promise, without hope and without God in the world.
15 UDB ପୁଣି, ବିଧିବିଧାନଯୁକ୍ତ ଆଜ୍ଞାମୂଳକ ବ୍ୟବସ୍ଥାକୁ ବହୁ ସମୟ ଧରି ବାଧ୍ୟ ହେବା ସେ ଆବଶ୍ୟକ ମନେ କଲେ ନାହିଁ। ସେ ଯିହୁଦୀ ଓ ଅଣଯିହୁଦୀମାନଙ୍କୁ ଦୁଇ ପରିବର୍ତ୍ତେ ଏକ ଲୋକ କରି ଯେପରି ଆମ୍ଭମାନଙ୍କ ନିମନ୍ତେ ଶାନ୍ତି ସ୍ଥାପନ କଲେ। BSB BSB: by abolishing in His flesh the law of commandments and decrees. He did this to create in Himself one new man out of the two, thus making peace
16 UDB ଯୀଶୁ ଯିହୁଦୀ ଓ ଅଣଯିହୁଦୀମାନଙ୍କୁ ଉଭୟଙ୍କୁ ଈଶ୍ୱରଙ୍କ ସହ ନୂତନ ବିଶ୍ୱାସୀମାନଙ୍କର ଏକ ଗୋଷ୍ଠୀ କରି ବନ୍ଧୁତା ସ୍ଥାପନର କାରଣ ହେଲେ। ଆଉ କ୍ରୁଶୀୟ ମୃତ୍ୟୁ ଦ୍ୱାରା ଶତ୍ରୁତା ବିନାଶ କରି ପରସ୍ପରକୁ ଘୃଣା ନ କରିବା କାର୍ଯ୍ୟକୁ ସମ୍ଭବ କଲେ। BSB BSB: and reconciling both of them to God in one body through the cross, by which He put to death their hostility.
17 UDB ଯୀଶୁ ଆସିଲେ ଓ ସୁସମାଚାର ଘୋଷଣା କଲେ ଯାହା ଈଶ୍ୱରଙ୍କ ସହ ଶାନ୍ତି ଆଣିଛି; ସେ ଉଭୟ ଆମ୍ଭମାନଙ୍କ ପରି ଯିହୁଦୀ ଓ ଈଶ୍ୱରଙ୍କୁ ଜାଣି ନ ଥିବା ଅଣଯିହୁଦୀଙ୍କ ନିକଟରେ ପ୍ରଚାର କଲେ। BSB BSB: He came and preached peace to you who were far away and peace to those who were near.
18 UDB ଯୀଶୁଙ୍କ ମାଧ୍ୟମରେ ଉଭୟ ଯିହୁଦୀ ଓ ଅଣଯିହୁଦୀମାନେ ବର୍ତ୍ତମାନ ପିତାଙ୍କ ସହ କଥା କହିପାରନ୍ତି କାରଣ ପବିତ୍ର ଆତ୍ମା ସମସ୍ତ ବିଶ୍ୱାସୀଙ୍କଠାରେ ବାସ କରନ୍ତି। BSB BSB: For through Him we both have access to the Father by one Spirit.
19 UDB ଅତଏବ ତୁମ୍ଭେମାନେ ବର୍ତ୍ତମାନ ଈଶ୍ୱରଙ୍କ ଲୋକଙ୍କ ନିକଟରେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ୱରଙ୍କ ପରିବାରଭୁକ୍ତ ଯାହାରକି ଈଶ୍ୱର ପିତା ଅଟନ୍ତି। BSB BSB: Therefore you are no longer strangers and foreigners, but fellow citizens with the saints and members of God’s household,
20 UDB ତୁମ୍ଭେମାନେ ପ୍ରସ୍ତରଗୁଡିକ ପରି ଅଟ ଯେପରି ଈଶ୍ୱର ତାଙ୍କ ଗୃହର ଅଂଶ କରି ତିଆରି କରିଛନ୍ତି, ସେହି ଗୃହ ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ। ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେହି ଗୃହ କୋଣର ପ୍ରଧାନ ପ୍ରସ୍ତର ଅଟନ୍ତି। BSB BSB: built on the foundation of the apostles and prophets, with Christ Jesus Himself as the cornerstone.
21 UDB ଯୀଶୁ ତାଙ୍କ ବିଶ୍ୱାସୀମାନଙ୍କର ପରିବାର ଗଠନ କରୁଛନ୍ତି ଏବଂ ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛି ଯେପରି ନିଜ ନିମନ୍ତେ ନୂତନ ବିଶ୍ୱାସୀମାନଙ୍କୁ ବୃଦ୍ଧିକରି ପ୍ରଭୁ ସଂଲଗ୍ନ କରନ୍ତି ଯେମିତି ଗୋଟିଏ ମନ୍ଦିରରେ ଲୋକେ ପ୍ରସ୍ତରଗୁଡିକ ସଂଯୁକ୍ତ କରନ୍ତି। BSB BSB: In Him the whole building is fitted together and grows into a holy temple in the Lord.
22 UDB ଯୀଶୁ ତୁମ୍ଭମାନଙ୍କୁ ଏକାଠି ଉଭୟ ଯିହୁଦୀ ଓ ଅଣଯିହୁଦୀମାନଙ୍କୁ ଗୋଟିଏ ପରିବାରଭୁକ୍ତ କରି ତୁମ୍ଭମାନଙ୍କୁ ଗଠନ କରୁଛନ୍ତି ଯେଉଁଠାରେ ତାହାଙ୍କ ଆତ୍ମା ବାସ କରେ। BSB BSB: And in Him you too are being built together into a dwelling place for God in His Spirit.
Select verses for actions: Enter goes to them and Escape comes back.