1 UDB ଏଥି ନିମନ୍ତେ ମୁଁ ପାଉଲ, ଅଣଯିହୂଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ। BSB BSB: For this reason I, Paul, the prisoner of Christ Jesus for the sake of you Gentiles...
2 UDB ମୁଁ ଆଶାବାଦୀ ଯେ ତୁମ୍ଭମାନଙ୍କ ନିମନ୍ତେ ପ୍ରଦତ୍ତ ଈଶ୍ୱରଙ୍କ ଅନୁଗ୍ରହ ସମ୍ବନ୍ଧୀୟ ମୋ' ସେବକ କାର୍ଯ୍ୟ ବିଷୟରେ ତୁମ୍ଭେମାନେ ଜାଣ। BSB BSB: Surely you have heard about the stewardship of God’s grace that was given to me for you,
3 UDB ପ୍ରତ୍ୟାଦେଶ ଦ୍ୱାରା ସେହି ନିଗୂଢ଼ତତ୍ତ୍ୱ ମୋତେ ଜ୍ଞାତ କରାଇଛନ୍ତି, ଯେପରି ମୁଁ ପୂର୍ବେ ସକ୍ଷିପ୍ତ ଭାବରେ ଲେଖିଅଛି; BSB BSB: that is, the mystery made known to me by revelation, as I have already written briefly.
4 UDB ଏଥିପୂର୍ବେ, ଯେତେବେଳେ ତୁମ୍ଭେମାନେ ପଢିବ ଯାହା ମୁଁ ସଂକ୍ଷେପରେ ସେହି ବିଷୟରେ ଲେଖିଅଛି ତୁମ୍ଭେମାନେ ବୁଝିପାରିବ ଯେ ଖ୍ରୀଷ୍ଟଙ୍କ ସତ୍ୟତା ମୁଁ ସ୍ପଷ୍ଟଭାବେ ବୁଝେ। BSB BSB: In reading this, then, you will be able to understand my insight into the mystery of Christ,
5 UDB ସେହି ନିଗୂଢ଼ତତ୍ତ୍ୱ ଏବେ ଆତ୍ମାଙ୍କ ଦ୍ୱାରା ତାହାଙ୍କ ପବିତ୍ର ପ୍ରେରିତ ଓ ଭାବବାଦୀମାନଙ୍କ ନିକଟରେ ଯେପରି ପ୍ରକାଶିତ ହୋଇଅଛି, ପୂର୍ବ କାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ପ୍ରକାଶିତ ହୋଇ ନ ଥିଲା ଯାହାଙ୍କୁ ଆତ୍ମା ଈଶ୍ୱରଙ୍କ ସେବା କରିବାକୁ ଆହ୍ୱାନ କଲେ। BSB BSB: which was not made known to men in other generations as it has now been revealed by the Spirit to God’s holy apostles and prophets.
6 UDB ଏହି ନିଗୂଢ ସତ୍ୟ ଏହା ଯେ ଈଶ୍ୱରଙ୍କଠାରେ ଆତ୍ମିକ ଧନରେ ଅଣଯିହୁଦୀମାନେ ମଧ୍ୟ ଯିହୁଦୀମାନଙ୍କ ସହ ଅଂଶାଧିକାରୀ, ଏବଂ ସେମାନେ ଈଶ୍ୱରଙ୍କ ଲୋକଙ୍କର ସହଭାଗୀ ଅଟନ୍ତି; ଆଉ ସେମାନେ ସମସ୍ତ ପ୍ରତିଜ୍ଞାର ବିଷୟରେ ଅଂଶୀ ହେବେ କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି- ଏହା ହିଁ ସୁସମାଚାର ଅଟେ। BSB BSB: This mystery is that through the gospel the Gentiles are fellow heirs, fellow members of the body, and fellow partakers of the promise in Christ Jesus.
7 UDB ଈଶ୍ୱରଙ୍କ କାର୍ଯ୍ୟସାଧକ ଶକ୍ତି ଅନୁସାରେ ମୋତେ ପ୍ରଦତ୍ତ ତାହାଙ୍କ ଅନୁଗ୍ରହର ଦାନ ପ୍ରମାଣେ ସେହି ସୁସମାଚାର ପ୍ରଚାରର ମୁଁ ଜଣେ ସେବକ ହେଲି ଯେଉଁ କାର୍ଯ୍ୟ ମୁଁ କରିବାକୁ ଅଯୋଗ୍ୟ, କିନ୍ତୁ ଯାହା ଈଶ୍ୱର ତାଙ୍କ ଶକ୍ତି ସହ ମୋତେ କାର୍ଯ୍ୟ କରିବାକୁ ଦେଲେ। BSB BSB: I became a servant of this gospel by the gift of God’s grace, given me through the working of His power.
8 UDB ଯଦିଓ ସମସ୍ତ ସାଧୁଙ୍କ ମଧ୍ୟରେ କ୍ଷୁଦ୍ରତମ ଯେ ମୁଁ, ମୋତେ ଅଣଯିହୂଦୀମାନଙ୍କ ନିକଟରେ ବୋଧର ଅଗମ୍ୟ ଖ୍ରୀଷ୍ଟଙ୍କ ନିଧିର ସୁସମାଚାର ପ୍ରଚାର କରିବା ପାଇଁ ଈଶ୍ୱର ମୋତେ ତାଙ୍କ ଦୟା ଏବଂ କରୁଣା ଦ୍ୱାରା ସକ୍ଷମ କରିଛନ୍ତି, ଯାହା ଖ୍ରୀଷ୍ଟ ଆମ୍ଭମାନଙ୍କ ପ୍ରତି କରିଛନ୍ତି ତାହା ଏତେ ଯେ ଏହା ସମସ୍ତ ଅବର୍ଣ୍ଣନୀୟ ଅଟେ। BSB BSB: Though I am less than the least of all the saints, this grace was given me: to preach to the Gentiles the unsearchable riches of Christ,
9 UDB ସର୍ବସୃଷ୍ଟିକର୍ତ୍ତା ଈଶ୍ୱରଙ୍କଠାରେ ପ୍ରାଚୀନ କାଳରୁ ସୃଷ୍ଟିର ଗୁପ୍ତ ହୋଇ ରହିଥିବା ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ତାହାଙ୍କ ସଂକଳ୍ପ କ'ଣ, ତାହା ଆଲୋକରେ ପ୍ରକାଶ କରିବା ପାଇଁ ଅନୁଗ୍ରହ ପ୍ରଦତ୍ତ ହୋଇଅଛି, ପ୍ରତ୍ୟେକଙ୍କୁ ଈଶ୍ୱରଙ୍କ ଯୋଜନା ବୁଝାଇବା ମୋର ଲକ୍ଷ୍ୟ ଅଟେ। BSB BSB: and to illuminate for everyone the stewardship of this mystery, which for ages past was kept hidden in God, who created all things.
10 UDB ଆମ୍ଭମାନଙ୍କ ପ୍ରଭୁ ତାହାଙ୍କର ବହୁବିଧ ଜ୍ଞାନ, ସ୍ୱର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଯାଏ ଯିଏ ଖ୍ରୀଷ୍ଟଙ୍କଠାରେ ଭରସା କରେ। BSB BSB: His purpose was that now, through the church, the manifold wisdom of God should be made known to the rulers and authorities in the heavenly realms,
11 UDB ତଦନୁସାରେ ମଣ୍ଡଳୀ ଦ୍ୱାରା ଯେପରି ଈଶ୍ୱର ସର୍ବଦା ଅନନ୍ତକାଳ ନିମନ୍ତେ ଯୋଜନା କରିଥିଲେ, ଏବଂ ଯାହା ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କର ପ୍ରଭୁଙ୍କର କାର୍ଯ୍ୟ ମାଧ୍ୟମରେ ସଫଳ କଲେ। BSB BSB: according to the eternal purpose that He accomplished in Christ Jesus our Lord.
12 UDB ତେଣୁ ବର୍ତ୍ତମାନ ଆମ୍ଭେମାନେ ପ୍ରାର୍ଥନା କରୁ, ଆମ୍ଭେମାନେ ତାହାଙ୍କଠାରେ ସାହସ ପୁଣି, ଈଶ୍ୱରଙ୍କ ନିକଟକୁ ନିର୍ଭୟରେ ଯିବା ପାଇଁ ପଥ ପାଇଅଛୁ କାରଣ ଆମ୍ଭେମାନେ ଯୀଶୁଙ୍କଠାରେ ନିର୍ଭର କରୁ, ଯିଏ ଈଶ୍ୱରଙ୍କ ଯୋଜନାକୁ ସଫଳ କଲେ। BSB BSB: In Him and through faith in Him we may enter God’s presence with boldness and confidence.
13 UDB ଅତଏବ ମୁଁ ଅନୁରୋଧ କରେ ଯେ, ତୁମ୍ଭମାନଙ୍କ ନିମନ୍ତେ ମୋହର ଯେଉଁ କ୍ଲେଶ ଭୋଗ, ସେଥିସକାଶେ ହତାଶ ହୁଅ ନାହିଁ, ବନ୍ଦୀଶାଳାରେ ଏଠାରେ ଅନେକ ବିଷୟ ତାହା ତ ତୁମ୍ଭମାନଙ୍କ ନିମନ୍ତେ ଗୌରବ କଲେ। BSB BSB: So I ask you not to be discouraged because of my sufferings for you, which are your glory.
14 UDB ଏଥି ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କ ନିମନ୍ତେ ସମସ୍ତ କାର୍ଯ୍ୟ ସାଧନ କରିଅଛନ୍ତି, ମୁଁ ଆଣ୍ଠୁପାତି ପୁଣି ପିତା ଈଶ୍ୱରଙ୍କଠାରେ ପ୍ରାର୍ଥନା କରେ। BSB BSB: ... for this reason I bow my knees before the Father,
15 UDB ସେ ହିଁ ଜଣେ ଯିଏକି ସମସ୍ତ ପରିବାର ସ୍ୱର୍ଗରେ ଓ ପୃଥିବୀ ଉପରେ ସେମାନଙ୍କ ନାମକରଣ କରନ୍ତି। BSB BSB: from whom every family in heaven and on earth derives its name.
16 UDB ମୁଁ ପ୍ରାର୍ଥନା କରେ ତାଙ୍କ ମହତ ଶକ୍ତି କାରଣ ଯେପରି ସେ ଆପଣା ଗୌରବରୂପ ଧନ ଅନୁସାରେ ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆନ୍ତରିକ ପୁରୁଷରେ ଶକ୍ତି ପ୍ରାପ୍ତ ହୋଇ ବଳବାନ ହେବାକୁ ଦିଅନ୍ତି ଯିଏ ତୁମ୍ଭମାନଙ୍କ ଆତ୍ମାଗୁଡିକରେ ବାସ କରନ୍ତି। BSB BSB: I ask that out of the riches of His glory He may strengthen you with power through His Spirit in your inner being,
17 UDB ମୁଁ ପ୍ରାର୍ଥନା କରେ ଯେ ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି, କାରଣ ତୁମ୍ଭେ ତାଙ୍କଠାରେ ଭରସା ରଖ, ଏବଂ ତାହା ତୁମ୍ଭମାନଙ୍କୁ ପାଇଁ ଗୋଟିଏ ଦୃଢଭାବେ ରୋପିତ ବୃକ୍ଷ ଏବଂ ଗୋଟିଏ ପ୍ରସ୍ତର ଉପରେ ସ୍ଥାପିତ ଗୃହ ସଦୃଶ ହେବ। BSB BSB: so that Christ may dwell in your hearts through faith. Then you, being rooted and grounded in love,
18 UDB ଯେପରି ତୁମ୍ଭେମାନେ ପ୍ରେମରେ ବଦ୍ଧମୂଳ ଓ ଦୃଢ ରୂପେ ସ୍ଥାପିତ ହୋଇ ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କ ପ୍ରେମ, ତାହା ଜ୍ଞାତ ହୁଅ ଏବଂ ସମସ୍ତ ସାଧୁଙ୍କ ସହିତ ସେଥିର ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତି ପ୍ରାପ୍ତ ହୁଅ। BSB BSB: will have power, together with all the saints, to comprehend the length and width and height and depth
19 UDB ଆଉ ସେହି ପ୍ରେମ ଏତେ ଗଭୀର ଯେ ଆମ୍ଭେମାନେ ଏହା ବୁଝିପାରିବା ନାହିଁ, କିନ୍ତୁ ଏହି ପ୍ରେମ ହେତୁ ମୁଁ ପ୍ରାର୍ଥନା କରେ ଯେ ଈଶ୍ୱର ନିଜେ ସମସ୍ତ ସହ ତୁମ୍ଭମାନଙ୍କୁ ପୂର୍ଣ୍ଣ କରିପାରନ୍ତି। BSB BSB: of the love of Christ, and to know this love that surpasses knowledge, that you may be filled with all the fullness of God.
20 UDB ଯେଉଁ ଈଶ୍ୱର ଆମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରି ପାରନ୍ତି, କାରଣ ତାଙ୍କ ଶକ୍ତି ଯାହା ଆମ୍ଭମାନଙ୍କ ମଧ୍ୟରେ କାର୍ଯ୍ୟ କରୁଅଛନ୍ତି। BSB BSB: Now to Him who is able to do immeasurably more than all we ask or imagine, according to His power that is at work within us,
21 UDB ସବୁ ବିଷୟ ଦ୍ୱାରା ସମସ୍ତ ବିଶ୍ୱାସୀମାନଙ୍କ ଆରାଧନାର ସମାବେଶରେ ଖ୍ରୀଷ୍ଟ ଯୀଶୁଙ୍କ ଦେଇ ତା'ଙ୍କୁ ଗୌରବାନ୍ୱିତ କରିବା। ଇତିହାସର ସମସ୍ତ ପୁରୁଷଠାରୁ ସମସ୍ତ ମଣ୍ଡଳୀ ଯୁଗେ ଯୁଗେ ତା'ଙ୍କୁ ପ୍ରଶଂସା କରୁ! ଏହା ହିଁ ହେଉ। BSB BSB: to Him be the glory in the church and in Christ Jesus throughout all generations, forever and ever. Amen.
Select verses for actions: Enter goes to them and Escape comes back.