1 UDB “ମୁଁ ଖ୍ରୀଷ୍ଟଙ୍କର” ବୋଲି କହୁଥିବା ଧନୀମାନଙ୍କୁ କହୁଅଛି ଶୁଣ, ତୁମ୍ଭେମାନେ ଶୋକ ଓ ବିଳାପ କରିବ କାରଣ, ତୁମ୍ଭମାନଙ୍କ ନିମନ୍ତେ ଭୟଙ୍କର ବିପଦ ଆସୁଅଛି I BSB BSB: Come now, you who are rich, weep and wail over the misery to come upon you.
2 UDB ତୁମ୍ଭମାନଙ୍କର ଧନସମ୍ପତ୍ତି ମୂଲ୍ୟହୀନ ଅଟେ, ତାହା କ୍ଷୟ ପାଉଅଛି I ତୁମ୍ଭମାନଙ୍କର ବହୁମୂଲ୍ୟ ବସ୍ତ୍ରାଦି ମୂଲ୍ୟହୀନ ଅଟେ, ତାହା କୀଟ ନଷ୍ଟ କରୁଅଛି I BSB BSB: Your riches have rotted and moths have eaten your clothes.
3 UDB ତୁମ୍ଭମାନଙ୍କର ସୁନା ଓ ରୂପା ମୂଲ୍ୟହୀନ ଅଟେ, 'ସେଗୁଡିକର ମୂଲ୍ୟ ହ୍ରାସ ପାଉଅଛି I ଯେତେବେଳେ ଈଶ୍ଵର ତୁମ୍ଭମାନଙ୍କର ବିଚାର କରିବେ; ତୁମ୍ଭମାନଙ୍କର ଏହି ମୂଲ୍ୟହୀନ ଧନସମ୍ପତ୍ତି ତୁମ୍ଭମାନଙ୍କର ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି ଯେ, ତୁମ୍ଭମାନଙ୍କର ଦୁଷ୍ଟତା ବୃଦ୍ଧି ପାଇଅଛି ଏବଂ ଯେପରି କଳଙ୍କି ଓ ଅଗ୍ନି ପଦାର୍ଥଗୁଡିକୁ ନଷ୍ଟ କରିଦିଅନ୍ତି, ସେହିପରି ଈଶ୍ଵର ମଧ୍ୟ ତୁମ୍ଭମାନଙ୍କୁ ମଧ୍ୟ ଦଣ୍ଡିତ କରିବେ I ମହାବିଚାର ଦିନରେ ତୁମ୍ଭେମାନେ ଏହା ନିଜ ନିଜ ନିମନ୍ତେ ସଞ୍ଚୟ କରିଅଛ, ଏସବୁ ନେଇ ପରମେଶ୍ୱର ବିଚାରରେ ଆଣିବେ I BSB BSB: Your gold and silver are corroded. Their corrosion will testify against you and consume your flesh like fire. You have hoarded treasure in the last days.
4 UDB ତୁମ୍ଭେମାନେ ଯାହା କରିଅଛ, ତାହା ବିବେଚନା କରି ଦେଖ I ତୁମ୍ଭ କ୍ଷେତ୍ରରେ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କୁ ତୁମ୍ଭେମାନେ ସେମାନଙ୍କ ବେତନ ଦେଇନାହଁ I ସେହି ବେତନ ତୁମ୍ଭେମାନେ ନିଜ ପାଇଁ ରଖି ସେମାନଙ୍କ ପ୍ରତି ଅନ୍ୟାୟ କରିଅଛ I ସେମାନଙ୍କର କ୍ରନ୍ଦନ ସର୍ବଶକ୍ତିମାନ ପ୍ରଭୁଙ୍କ କର୍ଣ୍ଣଗୋଚର ହୋଇଛି I BSB BSB: Look, the wages you withheld from the workmen who mowed your fields are crying out against you. The cries of the harvesters have reached the ears of the Lord of Hosts.
5 UDB ତୁମ୍ଭେମାନେ ରାଜଭୋଗ ପାଇବା ନିମନ୍ତେ ଯାହା ଇଚ୍ଛା କଲ, ତାହା ସଂଗ୍ରହ କରିଅଛ, ଏକ ମୋଟା ପଶୁ ପରି, ସେମାନେ ଯେ ବଧ ହେବାକୁ ନିଆଯାଉଅଛନ୍ତି ତାହା ଜାଣନ୍ତି ନାହିଁ, ତଦ୍ରୁପ ତୁମ୍ଭେମାନେ ଅଟ I ବର୍ତ୍ତମାନ ତୁମ୍ଭେମାନେ ବଧ ହେବା ନିମନ୍ତେ ପ୍ରସ୍ତୁତ ତୁମ୍ଭେମାନେ କେବଳ ଜୀବନ ଉପଭୋଗ କରିବା ନିମନ୍ତେ ବଞ୍ଚିଅଛ କିନ୍ତୁ ଈଶ୍ଵର କଠିନ ଦଣ୍ଡରେ ଦଣ୍ଡିତ କରିବେ I BSB BSB: You have lived on earth in luxury and self-indulgence. You have fattened your hearts in the day of slaughter.
6 UDB ଯେଉଁମାନେ ତୁମ୍ଭମାନଙ୍କୁ ବାଧା ଦେବାକୁ ଶକ୍ତିହୀନ ଥିଲେ, ତୁମ୍ଭେମାନେ ଏପରି ନିର୍ଦୋଷ ଲୋକମାନଙ୍କର ଦଣ୍ଡ ବିଧାନ କରି ହତ୍ୟା କରିଅଛ I ଏଣୁ ହେ ମୋହର ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ କହୁଅଛି, ଧନୀମାନେ ଅନ୍ଧକାରରେ ପକାଯିବେ I BSB BSB: You have condemned and murdered the righteous, who did not resist you.
7 UDB ଏଣୁ ହେ ମୋହର ପ୍ରିୟ ଭାଇ ଭଉଣୀମାନେ, ଯଦ୍ୟପି ଧନୀମାନେ ତୁମ୍ଭମାନଙ୍କୁ କ୍ଲେଶ ଦିଅନ୍ତି, ତେବେ ପ୍ରଭୁଙ୍କ ପୁନରାଗମନ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷାରେ ଥାଅ I କୃଷକ ଯେପରି ତାହାର ଫସଲ ପାଚିବାକୁ ପୌଷମାସ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷାରେ ଥାଏ I BSB BSB: Be patient, then, brothers, until the Lord’s coming. See how the farmer awaits the precious fruit of the soil—how patient he is for the fall and spring rains.
8 UDB ସେହିପରି ତୁମ୍ଭେମାନେ ମଧ୍ୟ ଦୃଢତର ସହ ପ୍ରଭୁଙ୍କ ପୁନରାଗମନ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷାରେ ଥାଅ, କାରଣ ପ୍ରଭୁଙ୍କ ଆଗମନ ସନ୍ନିକଟ ସେ ସମସ୍ତଙ୍କର ବିଚାର କରିବେ I BSB BSB: You, too, be patient and strengthen your hearts, because the Lord’s coming is near.
9 UDB ମୋର ଭାଇ ଓ ଭଉଣୀମାନେ, ପରସ୍ପର ଉପରେ ଦୋଷାରୋପ କର ନାହିଁ, ଯେପରି ପ୍ରଭୁ ଯୀଶୁ ତୁମ୍ଭମାନଙ୍କୁ ନିନ୍ଦା ଓ ଦଣ୍ଡନୀୟ ନ କରନ୍ତି I ମହାବିଚାରକର୍ତ୍ତା ଆସୁଅଛନ୍ତି, ସେ ଏଠାରେ ଉପସ୍ଥିତ I BSB BSB: Do not complain about one another, brothers, so that you will not be judged. Look, the Judge is standing at the door!
10 UDB ମୋର ଭାଇ ଓ ଭଉଣୀମାନେ, ଆମ୍ଭେମାନେ ଯେପରି ଧୈର୍ଯ୍ୟଶୀଳ ଓ ଉତ୍ତମ ବିଚାରକ ହେଉ, ଏଥିପାଇଁ ଅନେକ ବର୍ଷ ପୂର୍ବେ ପ୍ରଭୁ ପରମେଶ୍ଵର ଉଦାହରଣ ସ୍ଵରୂପେ ଜଣେ ଭାବାବାଦୀଙ୍କୁ ଆମ୍ଭମାନଙ୍କ ନିକଟକୁ ପଠାଇ ତାହାଙ୍କ ବାଣୀ କହିଅଛନ୍ତି I ଏପରିକି ଲୋକେ ସେମାନଙ୍କୁ କ୍ଲେଶ ଭୋଗ କରାଇଲେ, ମାତ୍ର ସେମାନେ ଧୈର୍ଯ୍ୟ ଧରି ସହିଲେ I BSB BSB: Brothers, as an example of patience in affliction, take the prophets who spoke in the name of the Lord.
11 UDB ଆମେମାନେ ଜାଣୁ ଯେ ଯେଉଁମାନେ ତାହାଙ୍କ ନିମନ୍ତେ କ୍ଲେଶ ଭୋଗ କରିଅଛନ୍ତି ଈଶ୍ଵର ସେମାନଙ୍କୁ ସାହାଯ୍ୟ ଓ ସମ୍ମାନିତ କରିବେ I ତୁମ୍ଭେମାନେ ମଧ୍ୟ ଆୟୁବଙ୍କ ବିଷୟରେ ଶୁଣିଅଛ, ଯଦ୍ୟପି ସେ ଅନେକ କ୍ଲେଶ ଦେଇ ଗଲେ, ପ୍ରଭୁ ପରମେଶ୍ୱର ଆୟୁବଙ୍କ ନିମନ୍ତେ ମଙ୍ଗଳର ଯୋଜନା କରିଥିଲେ କାରଣ ସେ କ୍ଲେଶ ଦେଇ ଗଲେ I ଏଠାରୁ ଆମେ ଜାଣୁ ଯେ ଈଶ୍ଵର ଅତ୍ୟନ୍ତ ଦୟାଳୁ ଓ କୃପାବାନ I BSB BSB: See how blessed we consider those who have persevered. You have heard of Job’s perseverance and have seen the outcome from the Lord. The Lord is full of compassion and mercy.
12 UDB ହେ ମୋହର ଭାଇ ଓ ଭଉଣୀମାନେ, ମୁଁ ଗୋଟିଏ ବିଶେଷ କଥା କହିବାକୁ ଚାହେଁ ତୁମ୍ଭେମାନେ କିପରି କହିବା ଦରକାର I ତୁମ୍ଭେମାନେ ସ୍ୱର୍ଗ କିମ୍ବା ପୃଥିବୀର ଶପଥ କର ନାହିଁ I ଏପରି ମଧ୍ୟ ତୁମ୍ଭେ କୁହ ନାହିଁ, ଯଦି ମୁଁ ଏହା କରି ନ ପାରେ ତେବେ ଜଗତରେ ମତେ ଜଣେ ଦଣ୍ଡିତ କରିବେ I ତେବେ ଏହିପରି କହିବା ପରିବର୍ତ୍ତେ, ଯଦି ତୁମ୍ଭେ ହଁ କହୁଅଛ ତେବେ ଯାହା କହୁଅଛ ତାହା କର I ଯଦି ତୁମ୍ଭେ ନା କହୁଅଛ ତେବେ ତୁମ୍ଭେ ତାହା କର ନାହିଁ ନ ହେଲେ ଈଶ୍ଵର ତୁମ୍ଭକୁ ଦଣ୍ଡ ଦେବେ I BSB BSB: Above all, my brothers, do not swear, not by heaven or earth or by any other oath. Simply let your “Yes” be yes, and your “No,” no, so that you will not fall under judgment.
13 UDB ତୁମ୍ଭମାନଙ୍କ ମଧ୍ୟରୁ କ’ଣ କେହି ଦୁଃଖ ଦୁର୍ଦ୍ଦଶାରେ ଅଛି? ତା’ହେଲେ ସେ ସାହାଯ୍ୟ ନିମନ୍ତେ ପ୍ରାର୍ଥନା କରୁ I ଆଉ ଯେ ଅନିନ୍ଦିତ ସେ ଈଶ୍ଵରଙ୍କ ସ୍ତୁତି ଓ ପ୍ରଶଂସା ଗାନ କରୁ I BSB BSB: Is any one of you suffering? He should pray. Is anyone cheerful? He should sing praises.
15 UDB ଯଦି ତୁମ୍ଭେ ପ୍ରକୃତରେ ବିଶ୍ଵାସର ସହିତ ପ୍ରଭୁଙ୍କଠାରେ ପ୍ରାର୍ଥନା କରୁଅଛ ତେବେ ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ପ୍ରଭୁ ସୁସ୍ଥ କରିବେ, ଯଦି ସେ କିଛି ପାପ କରିଥାଏ ତେବେ ପ୍ରଭୁ ତାକୁ କ୍ଷମା କରିବେ I BSB BSB: And the prayer offered in faith will restore the one who is sick. The Lord will raise him up. If he has sinned, he will be forgiven.
16 UDB କାରଣ ଈଶ୍ଵର ରୋଗରୁ ସୁସ୍ଥତା ଦେବାକୁ ଓ ପାପ କ୍ଷମା କରିବାକୁ ସମର୍ଥ ଅଟନ୍ତି, ତେବେ ଏକ ଆରେକ ନିକଟରେ ଆପଣାର ଦୋଷ ସ୍ୱୀକାର କର, ଓ ପରସ୍ପରର ସୁସ୍ଥତା ପାଇଁ ପ୍ରାର୍ଥନା କର ତହିଁରେ ସୁସ୍ଥତା ପାଇବ I ଯଦି ଧାର୍ମିକ ବ୍ୟକ୍ତି ଆଗ୍ରହ ସହିତ ଈଶ୍ଵରଙ୍କୁ ମାଗେ କିଛି କରିବାକୁ ତେବେ ଈଶ୍ଵର ଶକ୍ତି ଯୁକ୍ତ ଭାବରେ ତାହା କରିବେ I BSB BSB: Therefore confess your sins to each other and pray for each other so that you may be healed. The prayer of a righteous man has great power to prevail.
17 UDB ଯଦିଓ ଏଲୀୟ ଆମ୍ଭମାନଙ୍କ ପରି ସାଧାରଣ ମନୁଷ୍ୟ ଥିଲେ, ସେ ଏକାନ୍ତ ଚିତ୍ତରେ ବର୍ଷା ନ ହେବା ପାଇଁ ପ୍ରାର୍ଥନା କଲେ ଓ ତିନି ବର୍ଷ ଛଅ’ ମାସ ପର୍ଯ୍ୟନ୍ତ ଆଦୌ ବର୍ଷା ହେଲା ନାହିଁ I BSB BSB: Elijah was a man just like us. He prayed earnestly that it would not rain, and it did not rain on the land for three and a half years.
18 UDB ସେ ପୁଣି ଥରେ ବର୍ଷା ନିମନ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ପ୍ରଭୁ ବର୍ଷା ପଠାଇଲେ, ତହିରେ ଗଛ ବଢିଲା ଓ ଫଳ ଫଳିଲା I BSB BSB: Again he prayed, and the heavens gave rain, and the earth yielded its crops.
19 UDB ମୋହର ଭାଇ ଓ ଭଉଣୀମାନେ, ଯଦି ତୁମ୍ଭମାନଙ୍କ ମଧ୍ୟରୁ କେହି ଈଶ୍ଵରଙ୍କ ସତ୍ୟ ବାକ୍ୟର ଅବାଧ୍ୟ ହୁଏ ତେବେ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାଙ୍କୁ ବିନାଶ ପଥରୁ ଫେରାଇ ଆଣ ଯେପରି ଈଶ୍ଵର ଆମ୍ଭମାନଙ୍କୁ କହିଅଛନ୍ତି I BSB BSB: My brothers, if one of you should wander from the truth and someone should bring him back,
20 UDB ତୁମ୍ଭେମାନେ ଜାଣ ସେହି ବ୍ୟକ୍ତି ସକାଶୁ ଈଶ୍ଵର ସେହି ପାପୀକୁ ରକ୍ଷା କରିବେ ଓ ତାହାର ଅନେକ ପାପକୁ କ୍ଷମା କରିବେ I BSB BSB: consider this: Whoever turns a sinner from the error of his way will save his soul from death and cover over a multitude of sins.
Select verses for actions: Enter goes to them and Escape comes back.